Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ସିଧାକଥା-16 ଭୁଲିଯିବା -ଡକ୍ଟର କୃତ୍ତିବାସ ନାୟକ

ସିଧାକଥା-16 ଭୁଲିଯିବା -ଡକ୍ଟର କୃତ୍ତିବାସ ନାୟକ

1 min
218



ଭୁଲିଯିବା ହେଲା ସମସ୍ତଙ୍କ ପାଇଁ ଈଶ୍ଵରଙ୍କ ବରଦାନ,

ହଜିଯିବା ହେଲା ସେହିପରି ପୁଣି ସ୍ମୃତିର ରୋମନ୍ଥନ | 


ଭୁଲି ନ ପାରିଲେ ନିଜ ଅତୀତକୁ ଯାତନା ଲଭିବା ସାର,

ଭୁଲି ନ ପାରିଲେ ନୂତନ ସର୍ଜନା ସମ୍ଭବ ହୁଏନା କା'ର |


ଭୁଲିବାରୁ ସିନା ପିଲାଦିନ କଥା ଭବିଷ୍ୟତ ହୁଏଗଢା,

ଭୁଲିଗଲେ ସିନା ପୁରୁଣା ବନ୍ଧୁଙ୍କୁ ନୂଆବନ୍ଧୁ ହୁଏ ଯୋଡ଼ା |


ଭୁଲିଗଲେ ମାନ ଅପମାନ କ୍ଷତି ଗାଳି-ମନ୍ଦ ପଛକଥା,

ଭୁଲି ହୋଇଯାଏ ଅତୀତର ଦୁଃଖ ଯିଏ ଦେଇଥିଲା ବ୍ୟଥା |


ଭୁଲିଗଲେ ସିନା କ୍ଷମା ଦେଇହୁଏ ମହତ ପଣିଆ ଫୁଟେ,

ଭୁଲି ନ ପାରିଲେ ସବୁକଥା ଧରି ହୋଇବା ପାଗଳ ଗୋଟେ |





Rate this content
Log in