ସିଧାକଥା-15 ଭାଗ୍ୟ-ବିଧାତା
ସିଧାକଥା-15 ଭାଗ୍ୟ-ବିଧାତା
ଆମରି ଦେଶର ଭାଗ୍ୟ-ବିଧାତା ହୁଅନ୍ତି ଶିକ୍ଷକ ଜଣେ,
ତାଙ୍କରି ହାତରେ ଆମରି ବୟସ ବଢିଯାଏ ପୁଣି କମେ |
କିଏ ବା ମେଟ୍ରିକ ଫେଲ ହେଇଛି କିଏ କରିଥିବ ଇ॰ଟି,
କିଏ ବା ବାପାର ଚାକିରି ପାଇଛି କୋଟାରେ ହେଇଛି ଭର୍ତ୍ତି |
ପ୍ରାଥମିକ ବିଦ୍ୟାଳୟରେ ଚାକିରି ନିଜଘର ପାଶେ ଥାଇ,
ଆମରି ନାମକୁ ଲେଖନ୍ତି ପ୍ରଥମେ ବୟସ ପଚାରିଦେଇ |
ଥରେ ଯଦି ସିଏ ଭୁଲ ଲେଖନ୍ତି ରହିଯାଏ ଚିରଦିନ,
ଦମୟନ୍ତୀ ନାମ ଦଇମତି ହୁଏ ଶ୍ୟାମ ହୁଏ ସାଇମନ |
ଦଶ ବରଷର ପିଲା ହେଇଥିଲେ ପାଞ୍ଚରୁ ଆରମ୍ଭ ହୁଏ,
ଚାରି ବରଷିଆ ନାମ ଲେଖାଇଲେ ପାଞ୍ଚବର୍ଷ ହେଇଯାଏ |
ଅବସର ବେଳେ ତାଙ୍କ କରାମତି ଅନୁଭବ କରିହୁଏ,
ବଡ଼ ଥାଉଥାଉ ସାନ ଭାଇ ତା'ର ଆଗ ଅବସର ନିଏ |
