Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ସିଧାକଥା-124 କବିତା- : ଭୁଲା-ଭୁଲି : -ଡକ୍ଟର କୃତ୍ତିବାସ ନାୟକ

ସିଧାକଥା-124 କବିତା- : ଭୁଲା-ଭୁଲି : -ଡକ୍ଟର କୃତ୍ତିବାସ ନାୟକ

1 min
187



ଜନମ ବେଳକୁ ଭୁଲିଥାଉ ଆମେ ପୂର୍ବ ଜନମର କଥା, 

କିଶୋର ବୟସେ ଭୁଲିଯାଉ ପୁଣି ଶିଶୁ ବୟସର ବ୍ୟଥା |

 

ଯୁବା ବୟସରେ ଭୁଲିଥାଉ ପୁଣି କିଶୋର ବୟସ ଖେଳ,

ବାହାହେବା ପରେ ଭୁଲୁ ବାପା-ମାଆ ନଥାଏ ଟିକିଏ ବେଳ | 

 

ପିଲା-ଛୁଆ ହେଲେ ଭାଇ ଭଉଣୀଙ୍କୁ ଭୁଲିଯାଉ ସହଜରେ,

ଧନ ବଢ଼ିଗଲେ ଅଭାବ ଦିନଟି ଭୁଲିଯାଉ ଧୀରେ ଧୀରେ |

 

ଘର ବଢ଼ିଗଲେ କୁଡ଼ିଆ ଚାଳିଆ ଦେଖିନାହୁଁ ବୋଲି କହୁଁ,

ନୂଆସାଙ୍ଗ ପାଇ ଅତୀତ ଦିନର ସାଙ୍ଗକୁ ବି ଭୁଲିଯାଉଁ |

 

ବୁଢ଼ା ହେଇଗଲେ ନିଜଲୋକ ନାମ ଠିକଣା ବି ଭୁଲିଯାଉଁ,

ଶେଷବେଳ ହେଲେ ସବୁ ଭୁଲିଯାଇ ଏଣୁ ତେଣୁ ଗପୁଥାଉଁ |


 



Rate this content
Log in