Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ସିଧାକଥା-112 : କବିତା : ଆମହାତେ ଅଛି ଭାଗ୍ୟ-ଭବିଷ୍ୟତ

ସିଧାକଥା-112 : କବିତା : ଆମହାତେ ଅଛି ଭାଗ୍ୟ-ଭବିଷ୍ୟତ

1 min
161



କିଏ ଭାବେ ମୋର ଭାଗ୍ୟ ବଡ଼ମନ୍ଦ ତେଣୁ ସୁଫଳ ପାଏନା,

କିଏ କହେ ତା'ର ଭାଗ୍ୟ ଭଲ ବୋଲି ଖରାପ ବାଟେ ଯାଏନା |

 

ଧନୀଘରେ କିଏ ଜନମ ଲଭିଲେ ଆମେ ଭାବୁ ଭାଗ୍ୟବାନ,

ଜ୍ଞାନୀ-ମାନୀ ଘରେ ଜନମିଛି ଯିଏ, କରିଥିବ ମହାପୁଣ୍ୟ |

 

ଧନ-ମାନ-ଜ୍ଞାନ ଭାଗ୍ୟରେ ନ ଥାଏ, ଥାଏ କର୍ମ-ପରିଶ୍ରମେ,

ଉପସ୍ଥିତ ବୁଦ୍ଧି ଦୃଢ଼ ମନୋବଳ ବୃଦ୍ଧି କରେ କ୍ରମେ କ୍ରମେ |

 

କେତେ ଧନୀ ଘରେ ଅକର୍ମା-ଅଭାଗା ବଞ୍ଚିଛନ୍ତି ଜନ୍ମନେଇ,

କେତେ ଜ୍ଞାନୀ ଘରେ ମହାକାଳ ଫଳ ରହିଛନ୍ତି ମୂର୍ଖ ହେଇ |

 

ସମୟକୁ ଯିଏ ସୁଯୋଗ ମଣିଛି ଆତ୍ମ-ବିଶ୍ୱାସ ବଢ଼ାଇ,

ଜୀବନକୁ ବାଜି ଲଗେଇ ଲଢ଼ିଛି,ଭାଗ୍ୟକୁ ନିଏ ଛଡ଼େଇ |

 

ଆମ ହାତେ ଅଛି ଭାଗ୍ୟ-ଭବିଷ୍ୟତ, ଆମେ ହିଁ ନିର୍ମାତା ତା'ର,

ପୂର୍ବଜନ୍ମ ଫଳ ସମୟ ସୁଯୋଗ ରହିଛି ଆମ ବିଚାର |



Rate this content
Log in