STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ସିଧା କଥା ୬୨

ସିଧା କଥା ୬୨

1 min
273


ଆମ ଜୀବନକୁ ଦୁଇ ଉପାଦାନ କରିଥାଏ ରସମୟ,

ପ୍ରେମ ସହ ପୁଣି ହାସ୍ୟ-ବ୍ୟଙ୍ଗ ଭାବ ଜୀବନକୁ କରେ ଜୟ ।


ଏଥିରୁ ଗୋଟାଏ ଥିଲେ ଆମ ପାଶେ କେବଳ ମିଳିବ ସୁଖ,

ଦୁଇଟି ନଥିଲେ ନିରାଶ ଜୀବନ କହିବା ପାଉଛି ଦୁଃଖ ।


ଆମ ମନେ ଯଦି ବୁଝାବଣା ପାଇଁ ଉତ୍ସାହ ଆଗ୍ରହ ଥିବ,

ଆମ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତ ଚିନ୍ତାଶୂନ୍ୟ ହୋଇଯିବ ।


ସୂର୍ଯ୍ୟ ପରି ଆମ ଆଶାର କିରଣ ଅନ୍ଧକାର ନାଶକରେ,

ଅଭାବ କଷଣ ଦୁଃଖ ଅନ୍ଧକାର ରହେନାହିଁ ହୃଦୟରେ ।


ଫୁଟନ୍ତା ପାଣି କି ଚହଲା ପାଣିରେ ପ୍ରତିଛବି ଦିଶେନାହିଁ,

କ୍ରୋଧ-ହିଂସାଭାବ ଥିଲେ ହୃଦୟରେ ସ୍ୱରୂପ ଦିଶିବ ନାହିଁ ।



Rate this content
Log in

Similar oriya poem from Classics