Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Thriller

3  

Prafulla Chandra Mishra

Thriller

ସିଦ୍ଧାର୍ଥ ଗୌତମ (ଏକ ଅଭୁଲା ରାତି)

ସିଦ୍ଧାର୍ଥ ଗୌତମ (ଏକ ଅଭୁଲା ରାତି)

1 min
132



ଜରା ବ୍ୟାଧି ମୃତ୍ୟୁ ଦୃଶ୍ୟ ର ସଂସାର ଅପ୍ରମିତ ପ୍ରାଣୀ ଆରତ

ବିଗଳିତ ହେଲା ସିଦ୍ଧାର୍ଥ ହୃଦୟ ଆନ୍ଦୋଳିତ ପ୍ରାଣ ମନ୍ଦ୍ରିତ

କିପ୍ରକାରେ ପ୍ରାଣୀ ଦୁଃଖରୁ ନିସ୍ତାର ପାଇବା ପାଇଁକି ଉପାୟ

ଦିବ୍ୟ ଚେତନାର ଉନ୍ନେଷେ ସିଦ୍ଧାର୍ଥ ମନରେ କରିଲେ ନିଶ୍ଚୟ ।


ରୂପସୀ ଲଳନା ପ୍ରେମର ବନ୍ଧନ ବାତ୍ସଲ୍ୟ ସ୍ନେହର ତନୁଜ

କପିଳବସ୍ତୁର ରାଜ ସିଂହାସନ ଅମାପ ସୌଭାଗ୍ୟ ଐଶ୍ଵର୍ଯ୍ୟ

ସିଦ୍ଧାର୍ଥ ଗୌତମ “ରାଜ ଚକ୍ରବର୍ତ୍ତୀ” “ତେଜି ବୋଧିଦୃମ ଭିକ୍ଷୁକ

ସାଜି” ଖୋଜିଥିଲେ ପ୍ରାଣୀଙ୍କ ଉଦ୍ଧାର ନିର୍ବାଣ ମନ୍ତ୍ରର ମାନ୍ତ୍ରିକ ।


ବୁଦ୍ଧ ଶାକ୍ୟସିଂହ ସିଦ୍ଧାର୍ଥ ଗୌତମ ଅହିଂସା ମନ୍ତ୍ର ର ପୁରୋଧା

କାମନା ବିନାସେ ଦୁଃଖ ନାଶହେବ ଶାନ୍ତିର ମଳୟ ବସୁଧା

ପ୍ରବାହିତେ ରୋଗ ଶୋକ ର ବିନାଶ ଦୟା କ୍ଷମା ଧର୍ମ ବିଚାର

ଯାଗରଣେ ପୂଣ୍ୟମୟ ହେବ ଧାତ୍ରୀ ହସିବ ସୁନାର ସଂସାର ।


ଭଗବାନ ବୁଦ୍ଧ ନବମାବତାର ପ୍ରାଣୀଙ୍କ ଉଦ୍ଧାର ପାଇଁକି

ସେ ଦିନ ସେ ରାତି ଆସିଲା ଧରାରେ କେତେ ନୂଆ ସ୍ଵପ୍ନ ନେଇକି ।



Rate this content
Log in

Similar oriya poem from Thriller