Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Panda

Inspirational

4  

Nibedita Panda

Inspirational

ସହଯୋଗ

ସହଯୋଗ

1 min
317



ସହଯୋଗ ବଳେ ବ୍ୟକ୍ତିତ୍ବ ସୁନ୍ଦର

     ଜିତଇ ଅନ୍ୟ ହୃଦୟ ,

ପର କୁ ଆପଣା କରାଯାଇ ପାରେ

     ସବୁଠି ହୁଏ ବିଜୟ।


ସହଯୋଗ ଏକ ମହନୀୟ ଗୁଣ

    ସଭିଙ୍କ ପାଖେ ମିଳେନି,

ମଣିଷ ପଣିଆ ରହିଛି ଯାହାର

    ସହଯୋଗେ ସିଏ ଦାନୀ।


ଈଶ୍ବରଙ୍କ ଦତ୍ତ ଦେବୋପମ ଗୁଣ

    କିଛି ସଂସ୍କାରରୁ ମିଳେ,

ପିତାମାତାଙ୍କର ସ୍ବୀକୃତ କର୍ମ ବି

    ସହଯୋଗ ଗୁଣେ ଫଳେ।


ପରିବାରୁ ଶିଖି ସହଯୋଗ ଭାବ

     ଚଳନ୍ତି ଆମେ ସମାଜେ,

କରି ସହଯୋଗ ଅସହାୟ ଜନେ

    ଆସନ୍ତି ତାହାର କାର୍ଯ୍ୟେ।


ସହଯୋଗ ଆଉ ସହାନୁଭୁତିରେ

   ସମ୍ଭବ ହୁଅଇ ସବୁ,

ନାମ,ଯଶ ଖ୍ୟାତି ପଛରେ ଗୋଡାଏ

    କରୁଣା କରନ୍ତି ପ୍ରଭୁ।


ସେବା ଅଟେ ତାର ଅନ୍ୟ ଏକ ଅଙ୍ଗ

    ସହଯୋଗେ ଥାଏ ମିଶି,

ଅନ୍ୟକୁ ସାହାଯ୍ୟ କରିପାରିଲେ

    ଶାନ୍ତି ସହ ମିଳେ ଖୁସି।


ମାନବ ସେବା ହିଁ ମାଧବଙ୍କ ସେବା

    ପୁରାଣ ବର୍ଣ୍ଣିତ କଥା,

ବିନା ସହଯୋଗେ ସେବା ଅସମ୍ଭବ

    ଉଦ୍ୟମ ହୁଅଇ ବୃଥା।


ସଂସାର,ସମାଜ, ରାଜ୍ୟ, ରାଷ୍ଟ୍ର ଅବା

    ହେଉ ଯେଉଁ ଅନୁଷ୍ଠାନ,

ସହଯୋଗ ବିନା ତିଷ୍ଠି ପାରେ ନାହିଁ

     ହୁଅଇ ତାର ପତ୍ତନ।


ସମସ୍ତଙ୍କ ପାଖେ ରହିବା ଜରୁରୀ

    ଏହି ଦିବ୍ୟତମ ଗୁଣ,

ହସିବ ଏ ଧରା,ସୁଖ ଓ ଶାନ୍ତିରେ

    ଅବଶ୍ୟ ଏହାକୁ ଜାଣ।


ସନ୍ତୁଳନ ରକ୍ଷା ହେବ ଧରା ଧାମେ

    ସହଯୋଗ ପରସ୍ପରେ,

ଏହି ମନ୍ତ୍ର ଯଦି ଶିଖିବ ମାନବ

    ଅହଂ ରହିବ ଦୂରରେ।



Rate this content
Log in

Similar oriya poem from Inspirational