STORYMIRROR

Kalandi pal

Inspirational

3  

Kalandi pal

Inspirational

ଶୂନ୍ୟତା ଭିତରେ ଶୂନ

ଶୂନ୍ୟତା ଭିତରେ ଶୂନ

1 min
183


ବିଶ୍ୱ ରୂପ ତୋର କଲେ ଦରଶନ

    ଯଶୋଦା ସଖା ଅର୍ଜୁନ.

ସପତ ବ୍ରହ୍ମାଣ୍ଡ ଅଟେ ତୋର ପିଣ୍ଡ.

    ସୂର୍ଯ୍ୟ ଚନ୍ଦ୍ର ତୋ ନୟନ.

ତୁ ତ ଜଗତ କରତା ଚକାନୟନ. l0l


ସୂର୍ଯ୍ୟ ଶୂନ ସମ ଚନ୍ଦ୍ର ଶୂନ ସମ

   ବ୍ରହ୍ମାଣ୍ଡ ଅଟଇ ଶୂନ.

ଛକାଆଖି ତୋର ଶୂନର ପରାଏ

   ଏ ଜୀବନ ଅଟେ ଶୂନ୍ୟ.

ଶୂନର ଭିତରେ ଶୂନ୍ୟତାକୁ ନେଇ

ବ୍ରହ୍ମା, ବିଷ୍ଣୁ, ଶିବ ଏକ ରୂପ ହୋଇ

   ତୁହି ଥାଉ ପରଂବ୍ରହ୍ମ.


ଶୂନ୍ୟ ଜଠରରେ ଶୂନ୍ୟ ବିନ୍ଦୁ ପ୍ରାୟ

   ଶୁନ୍ୟତା ପାଥେୟ କରି.

ସର୍ଜିଲ ସଂସାରେ ଏ ଜୀବ କୁହଇ

   ସବୁ ମୋହରି ମୋହରି.

ଶୁନ୍ୟ ହସ୍ତେ ଆସି ଶୁନ୍ୟ ହସ୍ତେ ଯାଏ.

ଦେହୁ ତୋର ଜାତ ଦେହେ ଲୀନ ହୁଏ.

   ସହି ସଂସାର କଷଣ.

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational