STORYMIRROR

Kalandi pal

Inspirational

3  

Kalandi pal

Inspirational

ଶୂନ୍ୟତା ଭିତରେ ଶୂନ

ଶୂନ୍ୟତା ଭିତରେ ଶୂନ

1 min
179


ବିଶ୍ୱ ରୂପ ତୋର କଲେ ଦରଶନ

    ଯଶୋଦା ସଖା ଅର୍ଜୁନ.

ସପତ ବ୍ରହ୍ମାଣ୍ଡ ଅଟେ ତୋର ପିଣ୍ଡ.

    ସୂର୍ଯ୍ୟ ଚନ୍ଦ୍ର ତୋ ନୟନ.

ତୁ ତ ଜଗତ କରତା ଚକାନୟନ. l0l


ସୂର୍ଯ୍ୟ ଶୂନ ସମ ଚନ୍ଦ୍ର ଶୂନ ସମ

   ବ୍ରହ୍ମାଣ୍ଡ ଅଟଇ ଶୂନ.

ଛକାଆଖି ତୋର ଶୂନର ପରାଏ

   ଏ ଜୀବନ ଅଟେ ଶୂନ୍ୟ.

ଶୂନର ଭିତରେ ଶୂନ୍ୟତାକୁ ନେଇ

ବ୍ରହ୍ମା, ବିଷ୍ଣୁ, ଶିବ ଏକ ରୂପ ହୋଇ

   ତୁହି ଥାଉ ପରଂବ୍ରହ୍ମ.


ଶୂନ୍ୟ ଜଠରରେ ଶୂନ୍ୟ ବିନ୍ଦୁ ପ୍ରାୟ

   ଶୁନ୍ୟତା ପାଥେୟ କରି.

ସର୍ଜିଲ ସଂସାରେ ଏ ଜୀବ କୁହଇ

   ସବୁ ମୋହରି ମୋହରି.

ଶୁନ୍ୟ ହସ୍ତେ ଆସି ଶୁନ୍ୟ ହସ୍ତେ ଯାଏ.

ଦେହୁ ତୋର ଜାତ ଦେହେ ଲୀନ ହୁଏ.

   ସହି ସଂସାର କଷଣ.

   


Rate this content
Log in

Similar oriya poem from Inspirational