STORYMIRROR

Prabhanjana Tripathy

Classics

3  

Prabhanjana Tripathy

Classics

ଶୂନ୍ୟ

ଶୂନ୍ୟ

1 min
369


କାହୁଁ ଜାଣିବୁ ଗୁପତ ସନ୍ଧି

ଶୂନ୍ୟ ପୁରୁଷ ଶୂନ୍ୟରେ ବନ୍ଦୀ

ଶୂନ୍ୟ ପୁରୁଷ ଅଟଇ ଉଦାସୀ

ଶୂନ୍ୟ ପୁରୁଷ ମାୟାର ବିଶ୍ଵାସି


ଶୂନ୍ୟ ପୁରୁଷ ଅଟେ ଦୟା ବନ୍ତ

ଶୂନ୍ୟ ପୁରୁଷ ସର୍ବତ୍ର ସ୍ଥିତ

ଶୂନ୍ୟ ପୁରୁଷ କରେ ନବଘଟ

ଶୂନ୍ୟ ପୁରୁଷ ଜାଣେ ଛନ୍ଦକୁଟ


ଶୂନ୍ୟ ପୁରୁଷ ଶୂନ୍ୟରେ ମାରଇ

ଶୂନ୍ୟ ଘଟରେ ନେଇଁ ସ୍ଥାପଇ

ଶୂନ୍ୟ ପୁରୁଷ ମହା ଖେଳ କରେ

ଶୂନ୍ୟ କୁ ଛାଡେ ଅନ୍ୟ ଧରେ


ଶୂନ୍ୟ କୁ ଧରି ଶୂନ୍ୟ କରେ

ଶୂନ୍ୟେ ଶୂନ୍ୟେ ଯିଏ ଜୀବନ ମାରେ

ଶୂନ୍ୟ ପୁରୁଷ ଖେଳାଇ ନାଟ

ଶୂନ୍ୟ ରୂପେ ରହି ଖୋଲେ କବାଟ


ଶୂନ୍ୟ ମହା ଶୂନ୍ୟ ସେ ଶୂନ୍ୟ ମାୟା

ଶୂନ୍ୟରେ କେବଳ ତା ଶୂନ୍ୟ ଛାୟା

ଶୂନ୍ୟ ରୂପକୁ ଶୂନ୍ୟେ ଚାହିଁ

ଶୂନ୍ୟ ହିଁ କେବଳ ସର୍ଜିଛି ବିହୀ


ଶୂନ୍ୟ ବାସିନ୍ଦା କୁ ଚିନ୍ତନ କର

ଶୂନ୍ୟ ରୂପେ ଯାଇ,ସ୍ୱର୍ଗ ସୁଧାର

ଶୂନ୍ୟ ହିଁ ଜୀବନ,ଶୂନ୍ୟ ଏ ଅଙ୍ଗ

ଶୂନ୍ୟ ହିଁ ସର୍ବସ୍ବ , ଡ଼ଙ୍ଗାର ମଙ୍ଗ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics