STORYMIRROR

Alaka Dash

Classics Others

4  

Alaka Dash

Classics Others

ଶୂନ୍ୟ ସାଥୀ

ଶୂନ୍ୟ ସାଥୀ

1 min
325

  

ଶୂନ୍ୟ ଶୂନ୍ୟ ମହାଶୂନ୍ୟ 

ଦିଗନ୍ତ ବିସ୍ତାରୀ ଗୋଲକ ଧନ୍ଦା 

ଜନ୍ମରୁ ମୃତ୍ୟୁର ସନ୍ଦେଶ 

ଅନ୍ତୁଡ଼ିରୁ ଜୁଇର ପରିଧ

ଅନୁଭବ ରୁ ଅନୁଧ୍ୟାନର ସୂତ୍ର

ବିଘଟନ ବାରବାର 

ଶୂନ୍ୟରୁ ଆରମ୍ଭ ବିଲୟ ଶୂନ୍ୟରେ 

ପଞ୍ଚଭୂତ, ପଞ୍ଚବ୍ରହ୍ମର 

ଆଶ୍ରୟସ୍ଥଳୀ.... ଶୂନ୍ୟ ବ୍ରହ୍ମ, 

ପରଂ ବ୍ରହ୍ମ, ନାମବ୍ରହ୍ମ, ନାଦବ୍ରହ୍ମ, ଦାରୁ ବ୍ରହ୍ମ 

ନିତ୍ୟରାସ ଯହିଁ ନିରନ୍ତର 

ସେ ଅନନ୍ତ, ଅଜେୟ, ଅମର, 

ଅକ୍ଷୟ ଜ୍ୟୋତି ଦିବ୍ୟ ଅନୁଭବ, 

ଚିଦାନନ୍ଦ, ଚିନ୍ମୟ ନିର୍ଝର 

କାଳର କରାଳ ଗର୍ଭରେ 

ଓଁ କାର ଭାବର ଉନ୍ମେଷ 

ସତ୍ୟ, ନିତ୍ୟ, ଶାଶ୍ୱତ, ପ୍ରଶାନ୍ତିରେ 

ଦୟା, କ୍ଷମା, ଶାନ୍ତିର ବିଭୁତିରେ 

ସଦା ଜଜ୍ଜ୍ୱଲ୍ୟମାନ, ମୁହ୍ୟମାନ 

ସମ୍ମୋହନ କରାଏ ସଭିଙ୍କୁ 

ନିନାଦିତ, ସୁରଭିତ ପ୍ରିତୀ 

ଶାନ୍ତିର ମଧୁମୟ ହିଲ୍ଲୋଳରେ 

ଓଁ କାରେ ଝଙ୍କାରିତ

ଦିବ୍ୟ ପୁରୁଷ ଦିବ୍ୟଧାମେ 

ଚେତନାର ଜାଗ୍ରତରେ 

ବାରି ହୁଏ ଦିବ୍ୟ ସୁଗନ୍ଧ 

ଦିବ୍ୟ ପୁଲକ ରେ ପୁଲକିତ 

ଉଲ୍ଲସିତ ହୁଏ ପ୍ରାଣ 

କାୟା ମାୟା ର ନିବୃତିରେ 

ଶାନ୍ତି ମହାଶାନ୍ତି ସେ ହିଁ 

ଔଜସ୍ୱିନୀ ର ଉଜ୍ଜ୍ୱଳ ଉଜ୍ଜସଳା 

ଶୂନ୍ୟ ମହାଶୂନ୍ୟ 

ଇହ ଜନ୍ମ ପରଜନ୍ମର 

କାଳ କାଳର 

ଶୂନ୍ୟ ସାଥୀ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics