STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଶୂନ୍ୟ ମନ୍ଦିରେ ବିହାର

ଶୂନ୍ୟ ମନ୍ଦିରେ ବିହାର

1 min
13.2K


ସନ୍ଥକବି ଭୀମ ଭୋଇ


ଶୂନ୍ୟ ମନ୍ଦିରେ ବିହାର, ରୂପ ରେଖ ନାହିଁ ଯାର ।

ଦ୍ବିତୀପାଦ ନ ମିଶଇ ଏକ ପାଦ ଧର ଧର । ଘୋଷା ।

ଅଲେଖ ପାଟଣା ପୁର ସେଠାବରେ ତାଙ୍କ ଘର

ନାହିଁ ଶରଦ ଉଷୁମ ସାଧୁଜନେ ହେତୁ କର ।।

ନିରାମିଷ ନିଅଇଁଠା ପିଉଥିଲେ ଲାଗେ ମିଠା

ଆଦେଖା ଅନାମେ ସ୍ୱାଦ ଏମନ୍ତ ସେ ସୁଧାଧାର ।।

ଦେଖି ତା ଛଟକ ଚାଲି ଜ୍ଞାନୀ ମରୁଛନ୍ତି ଭାଳି

ଚକ୍ଷୁ ମଟକରୁ ବେଗ ବିଜୁଳିରୁ ଅତି ଖର ।।

ତାହାଙ୍କୁ ଯେବଣ ଜନ ନିର୍ବେଦେ କରେ ଦର୍ଶନ

ଅଖଣ୍ଡିତ ବ୍ରହ୍ମେ ଲୀନ ଜନ୍ମ ମରଣରୁ ପାର ।।

କ୍ରିୟା କର୍ମ ନ ଲାଗଇ ସାଧୁ ସଙ୍ଗ କଲେ ପାଇ

ଦୀକ୍ଷା ତା ନିଷ୍କାମ ଧର୍ମ ଭଜନ ଏକ ଅକ୍ଷର ।।

ଯେଉଁଠାରେ ବ୍ରହ୍ମ ଅଛି ଉଦେ ଅସ୍ତ ନାହିଁ କିଛି

କହେ ଭୀମ ଅରକ୍ଷିତ ନିଗମ ସେ ଅଣାକ୍ଷର ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics