Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Kumar Behera

Abstract Children

4  

Pradipta Kumar Behera

Abstract Children

ଶୂନ ଗାଡ଼ି

ଶୂନ ଗାଡ଼ି

1 min
215



ସାଇକେଲ ନାମ ଅଟେ ଶୂନଗାଡି

   ପବନ ତାହାର ଆହାର ।

ଦରକାର ନାହିଁ ଚାଳକ ଲାଇସେନ୍ସ

   ଭୟ ନାହିଁ ରୋଡ ଟାକ୍ସର ।।


ହେଲମେଟ ପୁଣି ନାହିଁ ଆବଶ୍ୟକ

    ରାସ୍ତା କଡେ ଭିନ୍ନ ବାଟ ।

ଭୟ ନ ଥାଏ ଟ୍ରାଫିକ ପୋଲିସକୁ

     ମାଡଇ ଅମଡ଼ା ବାଟ ।।


ଗ୍ରୀନ ଟୁ- ହୁଇଲର ନାମଟି ତାର

  ନାହିଁ ତହିଁ ଧୁଆଁ ନଳୀ ।

ପଡେନା ଇନ୍ଧନ ସେଥିରେ ଭାଈରେ

  ଚଲାଯାଏ ଗୋଡ଼ ମୋଡ଼ି ।।


ଆଜିକାଲି ଦେଖ ରୋଗର ପ୍ରକାର

  ରକ୍ତଚାପ ମଧୁମେହ ।

ଆଜିର ରୋଗ ଯେ ଅଟେ ଦୁରାସାଧ୍ୟ

   ବଞ୍ଚିବା ସମ୍ଭବ ନୁହଁ ।।


ଡାକ୍ତର ଦିଅନ୍ତି ନାନା ଉପଦେଶ

   କରିବାକୁ ଯୋଗ ଯାଗ ।

ପିଇବାକୁ କାଢ଼ା ହଳଦୀ ସବୁକୁ

   ପ୍ରଭାତ ଭ୍ରମଣ ଆଗ ।।


ଯଦି ଯୋଗ ତୁମେ କରିପାରୁ ନାହଁ

  ମୋର କଥା ମନେ ଘେନ ।

ବିନା ଖରଚରେ ସାଇକେଲ ଚଢି

  ଆରୋଗ୍ୟ ଲଭ ହେ ଜନ ।।


ଆଜି ବିଶ୍ୱ ସାଇକେଲ ଦିବସରେ

   ଏତିକି ମାଗୁଣି ମୋର ।

ଦୁଇପଦ କଥା ମନରେ ରଖିଲେ

   ବହୁ ଲାଭ ସଭିଙ୍କର ।।


   


Rate this content
Log in

Similar oriya poem from Abstract