STORYMIRROR

PRIYARANJAN SAHOO

Abstract

4  

PRIYARANJAN SAHOO

Abstract

ଶୁଷ୍କ ପ୍ରେମ

ଶୁଷ୍କ ପ୍ରେମ

1 min
243


ଉନ୍ମୋଚିତ ହୁଏ ତାଜ୍ ପ୍ରତିକୃତି

ସାଥେ ଆଣି ଦେଖାଣିଆ

ପ୍ରେମ ଚଉହଦୀ..!


ସ୍ବପ୍ନ ଦେଖିବା ପାପ ସତେ

ହେଲେ, ଭାସି ଆସେ ସ୍ଵପ୍ନ କେତେ

ଝର୍କା ଡେଇଁ ଏ ଵିନିଦ୍ର ରାତ୍ରେ..!

ପ୍ରେମ ନା ଫ୍ରେମ?

ପିନ୍ଧାଇ ଦିଏ ଅବା ନକଲି ବର୍ମ..!


ଯା' ଲାଗି ଭୁକ୍ତଭୋଗୀ 

ଭୋଗେ ଅକୁହା ଯନ୍ତ୍ରଣା

ଦୁନିଆଁ ଚକ୍ରବ୍ୟୁହର ମନ୍ତ୍ରଣା


ସୃଜେ ବୃଥା ଆଲୋଡ଼ନ

ଭିତ୍ତିହୀନତାରେ ପର୍ଯ୍ୟବେସିତ

ଶୁଷ୍କତାରେ ଉଦ୍ଭାସିତ

ଶୁଷ୍କ ଏକ ପ୍ରେମ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract