STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଶୁନ୍ୟତା

ଶୁନ୍ୟତା

1 min
138

କିଏ ଜାଣିଥିଲା

ରଜାର ନଅର

ଅଚାନକ ବଦଳିଯିବ

ଆଉ ସାଜିବ

ସାଇତାନର ଉଜୁଡ଼ା ଘର


କିଏ ଜାଣିଥିଲା

ପ୍ରୀତି ଆଉ ପ୍ରେମ

ଅଦିନେ ସାଜିବେ ବଇରୀ

ଆଉ

କରିବେ ଘୃଣା

ଅନେକ ନିନ୍ଦା

ଆଉ ଅପମାନ କରି


କିଏ ଜାଣିଥିଲା

ସୁନା ମନ

ଦିନେ ଚୂନା ହେବ

ହୃଦୟକୁ ଧୋକା ଦେଇ

ମନର ରାଣୀ

ଦିନେ ହେବ ସପନରାଣୀ

ଅଧାବାଟେ ଛିଣ୍ଡାଇବ ଯୁଗଯୁଗର ସମ୍ପର୍କ ଗଣ୍ଠି

ସପନକୁ ଦଳି ଦେଇଯିବ

ଆଉ ଚାଲିଯିବ

ମରି ମରି ବଞ୍ଚିବାପାଇଁ


କିଏ ଜାଣିଥିଲା

ଅଦିନିଆ ବରଷା ହେବ

ବରଷା ପୁଣି

ଅଚାନକ ବନ୍ୟା ଆଣିବ

ଆଉ

ଧୋଇଦେଇଯିବ

ସବୁ ସାଇତା ସ୍ମୃତି

ଅଭୁଲା ପୀରତି

ଭସାଇନେବ ସୁନା ଜୀବନ

ଆଉ ସୁଖ ସଂସାର

ରଖିବନି ଆଉ କିଛି ଆଶା

ବଞ୍ଚିବାର

କି

ମାରିବାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract