ଶୁନ୍ୟ ମୋର ଭାଷା ଜ୍ଞାନ
ଶୁନ୍ୟ ମୋର ଭାଷା ଜ୍ଞାନ
ବଡ଼ ଠାକୁର ଥରେ ଦେଖ ହେ ମତେ
ସବୁ ହିଁ ଦେଇ ଅଛ ମତେ
ପାଦ ଦେଇଅଛ
ହାତ ଦେଇଅଛ
ସମ୍ପତ୍ତି ବି ଦେଇଛ ମତେ
ପୁତ୍ର ଦେଇ ଅଛ
ପୁତ୍ରୀ ଦେଇ ଅଛ
ଖୁସି ଦେଲ ଗୃହରେ ନିତ୍ୟେ
(ନାହିଁ) ଜନନୀର ଭାଷା
ଉତ୍କଳର ଭାଷା
ନାହିଁ ଶିକ୍ଷା ଓଡ଼ିଆ ହସ୍ତେ।
ଶାସ୍ତ୍ରରୁ ଶୁଣିଛି
ଏହୁ ଜ୍ଞାନୀଜନୁ ଜାଣିଛି
ମାତୃଭାଷା ଶିକ୍ଷା
ସର୍ବୋପରି ଶିକ୍ଷା
କର୍ତ୍ତବ୍ୟର ଶିକ୍ଷା
ନାହିଁ ଟି ଝାଡ଼ଖଣ୍ଡେ ଶିକ୍ଷା
ମନ ହୁଏ ବିଚଳିତ
ସର୍ବଦା ହୃଦୟ ଅଶାନ୍ତ
ହୃଦୟେ ଗୁଞ୍ଜୁଛି
ଉତ୍କଳ ଦିଶୁଛି
ମାତୃଭାଷା ଭଜୁଛି।
