ଶୁଣିବା ଭାଗବତ ବାଣୀ
ଶୁଣିବା ଭାଗବତ ବାଣୀ
ଶୁଣିବା ଭାଗବତ ବାଣୀ
ମନୁଷ୍ୟ କର୍ତ୍ତବ୍ୟ କାହାଣୀ ।
ଦୁଃଖେ ଅର୍ଜିତ ଯେତେ ଧନ
ସେନୁହେଁ ସୁଖେ ପ୍ରୟୋଜନ।।
ଧନ ଅର୍ଜିଣ ଦାନ କରି
ହସି କୁହନ୍ତି ନର ହରି ।
ପରମ ଶାସ୍ତ୍ର ଭାଗବତ
ପଢ଼ିବା ତାକୁ ଅବିରତ ।।
ହରିହେ ଜୀବଙ୍କର ଭେଳା
କରିବେ ଦୟା ଚକାଡୋଳା।
ଅର୍ଜିତ ଧନ ଦାନ କରି,
ଭବ ସଂସାରୁ ହେବୁ ପାରି।।
ଭାଗବତ ଟି ଜ୍ଞାନ ତନ୍ତ୍ର
ଅର୍ଜୁନେ ଦେଲେ ଗୁରୁ ମନ୍ତ୍ର।
ଲଙ୍ଗଳା ଆସିଛୁ ମର୍ତ୍ତ୍ୟରେ
ଯିବୁ ଲଙ୍ଗଳା ସ୍ମଶାନ ରେ।।
ନ ଯିବ ଅର୍ଜିତ ଧନରେ
କାହିଁ ପାଇଁ ଟି ଚିନ୍ତା ତାରେ।
ମନୁଷ୍ୟ ଜୀବନ କର୍ତ୍ତବ୍ୟ,
ସେବା ଓ କଲ୍ୟାଣ ଦାୟିତ୍ୱ।
ପତିତ ସେବା ଧର୍ମ ତୋର
ସଞ୍ଜିତା ଧନ ଦାନ କର।
ପାଇବୁ ଆଶୀର୍ବାଦ ତାଙ୍କ
ଜୀବନ ସାର୍ଥକ ସର୍ବାଙ୍ଗ।।
ହରେ କୃଷ୍ଣ ରାମ ଭୋଜିବୁ
ଭକ୍ତି ଚରଣେ ରଖିଥିବୁ
ଜଗା କାଳିଆ କୃଷ୍ଣ ରାମ
ଅଟନ୍ତି ପରା ଦାରୁବ୍ରହ୍ମ।।
କରିବୁ ରାଷ୍ଟ୍ର ହିତେ କାର୍ଯ୍ୟ
ରଖିବୁ ସତ୍ୟ କାର୍ଯ୍ୟେ ଧର୍ଯ୍ୟ।
ମନୁଷ୍ୟ କର୍ତ୍ତବ୍ୟ କରିବୁ
ବୈକୁଣ୍ଠପୁର କୁ ତୁ ଯିବୁ।।
ମୁର୍ଖ ଅଜ୍ଞାନୀ ମୁହିଁ ଛାର
କ୍ଷମା କରିବ ନିରାକାର ।
ମହିମା ଦେବେ ଅଗଚର
ବର୍ଣ୍ଣିବା ଶକ୍ତି କାହିଁ ମୋର ।।