STORYMIRROR

Tapaswini DashSarangi

Abstract

2  

Tapaswini DashSarangi

Abstract

ଶୁଣିବ ଗୁହାରୀ ମୋର🙏🙏

ଶୁଣିବ ଗୁହାରୀ ମୋର🙏🙏

1 min
132

ଆହେ ମହାଦେବ ଉମାଙ୍କର ପତି

          ଶୁଣିବ ଗୁହାରୀ ମୋର

ଏ ଜୀବନ ରାସ୍ତା ସୁଗମିତ ହେଉ

         ଜପି କରି ପଞ୍ଚାକ୍ଷର

ବିଲ୍ଵ ଦ୍ରୁମ ଯଦି ହୋଇ ଯିବି ମୁହିଁ

        ଜୀବନ ଧନ୍ୟ ହୋଇବ

ମୋ ତ୍ରିଶାଖା ପତ୍ର ନିଇତି ତୁମର

        ପୂଜାରେ ଖୋଜା ପଡିବ

ଲୋଭ କ୍ରୋଧ ମୋହ ଏଇ ତିନି ଗୁଣ

       ତୁମ ପାଶେ ହେବ ଭସ୍ମ

ଏତିକି ମିନତି ରଖ ପଶୁପତି

       ଗଙ୍ଗାଧର ରେରିହାଣ

ଦ୍ରୋଣପୁଷ୍ପୀ ମୋତେ କରିଦିଅ ଶିବ

      ହୋଇବି ପ୍ରିୟ ତୁମର

ଅଭିଷେକେ ତୁମ ଲୋଡା ପଡିବି ମୁଁ

       ଆହେ ପ୍ରଭୂ ବିଶ୍ଵେଶ୍ଵର

ଆହେ ଶମ୍ଭୂ ଈଶ ପିନାକୀ ଭୃଙ୍ଗୀଶ

       କରୁଛି ମୁଁ ନିବେଦନ

ଜାଗର ଦୀପର ସଳିତାଟେ କର

        ମହାନଟ ତ୍ରିଲୋଚନ

ଭକ୍ତିର ପରଶ ବାଜୁଥିବ ଅଙ୍ଗେ

        କର୍ଣ୍ଣେ ଥିବ ତୁମ ନାମ

ମୁକତି ପାଇବି ଜାଗର ରାତିରେ

        ଅସ୍ଥି ମାଳି ପ୍ରିୟତମ

କୋପେ ବର ଦିଅ ଅବା ତପ ବଳେ

        ଦେବଦେବ କୁଳେଶ୍ଵର

ଏଇ ମନୋବାଞ୍ଛା ପୁରା କି ହୋଇବ

        କୁହ ଆହେ ଫଣୀଧର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract