STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ଶୁଣହେ ଅଯୋଧ୍ୟାବାସୀ !

ଶୁଣହେ ଅଯୋଧ୍ୟାବାସୀ !

1 min
14


ପ୍ରଜାଙ୍କର ପାଇଁ ଅଯୋଧ୍ୟା ଛାଡିଲେ

ରାମ ହେଲେ ବନବାସୀ,                                           

ହେଲା କେଉଁ ଭୁଲ ଅବା ଅପରାଧ

କୁହହେ ଅଯୋଧ୍ୟାବାସୀ !!


ରକ୍ତ ବହି ଅଛି କେତେ ତୁମ ଯୋଗୁଁ

ଲାଜ ବଞ୍ଚାଇବା ପାଇଁ,

ଜୀବନ ଅର୍ପଣ କରି ଥିଲେ ଭକ୍ତ

ଚିନ୍ତାର କାରଣ ତହିଁ !!


ନ କରିଲ ଚିନ୍ତା ତିଳେ ମାତ୍ର ତୁମେ

ଅଯୋଧ୍ୟା ବାସୀହେ ଶୁଣ,

ଭବ୍ୟ ଦିବ୍ୟ ହେଲା ମନ୍ଦିର ନିର୍ମାଣ

ବିଶ୍ବରେ କୀର୍ତ୍ତି ଗୁଞ୍ଜନ !!


ବାଲ୍ୟରୂପ ରାମ ବିଗ୍ରହ ସ୍ଥାପିତ

ରୋଜଗାର ଯେ ସୃଜନ

କେଉଁ ଭୁଲ ହେଲା କର୍ତ୍ତବ୍ୟ ପଥରେ

କୁହହେ ଅଯୋଧ୍ୟା ଜନ !!


ଏକା ଠିଆ ଥିଲା ଜନମତ ପାଇଁ

ସାଜିଲ ସବୁ ରାବଣ 

ମନ୍ଥରା ଗୁଣରେ ମର୍ଯ୍ୟାଦା ଭୁଲିଲ

ଭକ୍ତକୁ ଦେଲ କଷଣ !!


ପାଞ୍ଚଶହ ବର୍ଷ ସଂଘର୍ଷ ଭୁଲିଲ

କିପରି ଅଯୋଧ୍ୟାବାସୀ,

ରଜକ ସାଜିଲ ଟଙ୍କା ମଦ ପାଇ

ସ୍ତମ୍ଭିଭୂତ ରାଷ୍ଟ୍ରବାସୀ !!


ଟଙ୍କା ଜାତି ହେଲା ଚୁମ ସର୍ବୋପରି 

ମର୍ଯ୍ୟାଦା ନିଜ ଭୁଲିଲ

କିପରି ମନୁଷ୍ୟ ଛନ୍ତି ଅଯୋଧ୍ୟାରେ

ରାମଙ୍କ ଭକ୍ତି ଛାଡିଲ !!


ରକ୍ତରଞ୍ଚିତ ଟି କରିଥିଲା ଯେହୁ

କରିଲ ତାକୁ ଆପଣା,

ନ ଥିଲା କଳ୍ପନା ନ ଥିଲା ଧାରଣା

ଭାରତବାସୀଙ୍କୁ ଜଣା !!


କଳଙ୍କିତ କଲ ଅଯୋଧ୍ୟା ନଗରୀ 

ଧିକ୍କାର ତୁମ ଜୀବନ

କିପରି ଜନତା କିପରି ସ୍ବଭାବ

ଜାଣିଲା ସର୍ବ ଭୁବନ !!


ନୂଆ ଇତିହାସ ଲେଖିଲ ପୃଷ୍ଠାରେ

ସ୍ମୃତି ଥିବ ଚିରକାଳ,

ସ୍ବାର୍ଥପର ଏତେ ଅଯୋଧ୍ୟା ନଗରୀ

ଜାଣିଲେ ଭକ୍ତ ସକଳ !!


Rate this content
Log in

Similar oriya poem from Abstract