STORYMIRROR

PRIYANKA SAHOO

Classics

3  

PRIYANKA SAHOO

Classics

ଶୁଣ ବାପଧନ

ଶୁଣ ବାପଧନ

1 min
289

କରନାହିଁ ଆଉ ରୋଦନ

ଧଯ୍ୟ ଧର ତନୟ,

କିଏ ଭୋଗ କରେ ଐଶ୍ଵର୍ଯ୍ୟ

କିଏ ତ ନିଃସହାୟ


କାହାକୁ ଦେଇଛି ଦଇବ

ଅନ୍ନ ସାଥିରେ ଘୃତ,

କାହାର ଭାଗ୍ୟ ରେ ଲେଖିଛି

ଅନାହାର ରେ ମୃତ


ଭର୍ସନା କରନା ଭାଗ୍ୟକୁ

ସବୁ ଆପଣା କର୍ମ,

ସହିବାକୁ ହେବ ଯାତନା

ବୁଝି ତାହାର ମର୍ମ


ଅସାର ସଂସାର ଏଇତ

କେହି ନୁହେଁ କାହାର,

କାହିଁକି କରୁଛ ଶୋଚନା

ଭାବି ଅସମାଦର


ଗଢ ନିଜର ଭବିଷ୍ୟତ

ଚାଲି ସତ୍ୟର ପଥେ,

ନିଶ୍ଚୟ ସାହାଯ୍ୟ ହୋଇବେ

ମୋ ପ୍ରଭୁ ଜଗନ୍ନାଥେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics