STORYMIRROR

Bibhuti Bhusan Mohanty

Tragedy

3  

Bibhuti Bhusan Mohanty

Tragedy

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
226

ଗଛ ଚାରିପାଖେ ପଡିଥିବା ଏ ଶୁଖିଲାପତ୍ର ମାନେ....

କେବେ ଉଚ୍ଚ ଉଚ୍ଚ ବୃକ୍ଷରେ ରହି ଗର୍ବିତ ହେଉଥିଲେ ମନେ.. !!

ପବନର ପ୍ରତ୍ୟେକ ପ୍ରବାହ ସହ ନିଜକୁ ଝୁମେଇ ଦେଉଥିଲେ...

କାକର ବୁନ୍ଦା ସହ ନିଇତି ଗାଧୋଉଥିଲେ...

ପକ୍ଷୀମାନଙ୍କ ସହ କଥା ବି ହେଉଥିଲେ...!!


କେବେ ଯୌବନରେ ପରିପୂର୍ଣ୍ଣ ,ପରିବେଶର ମଉଡ଼ମଣି ଥିଲେ....

ତ କେବେ ନିଜ ଗଛର ପାଳନକାରୀ ସାଜି,

ତା ଅସ୍ତିତ୍ୱର ପ୍ରତୀକ ସାଜିଥିଲେ...!!

ସୂର୍ଯ୍ୟର ତେଜରୁ ଗଛକୁ ବଞ୍ଚେଇ ନିଜେ ଜଳିଯାଉଥିଲେ...!!

ନିଜ ଗଛ ପାଇଁ ବାତ୍ୟା ସହ ସଂଗ୍ରାମ ବି କରୁଥିଲେ...!!


ଆଜି ଅସହାୟ,ନିର୍ଜୀବ ବ୍ୟର୍ଥ ଭଳି ଲାଗୁଛି...

କରୁଣ ଦୃଷ୍ଟିରେ ନିଜ ବାସସ୍ଥାନକୁ ନିରେଖି ରହିଛି...!!

ଆଜି ତା ଜାଗାକୁ କିଛି ନୂଆପତ୍ର କବଳିତ କରିନେଇଛି....

ଏବେ ତ ତା ଏକଲାପଣ ବି ତାକୁ ଏକଲା ଲାଗୁଛି...!!😢


ନିଜଘର ଅଗଣାରେ ବସିଥିବା ଏ ବୃଦ୍ଧ ବୃଦ୍ଧା ବି କିଛି ସେଇ ଶୁଖିଲାପତ୍ର ଭଳି ଲାଗନ୍ତି...

ଯେଉଁ ଘରକୁ ନିଜ ଲୁହ ଲହୁ ନିଗାଡି ବନେଇଥିଲେ,

ଆଜି ସେଇ ବାରଣ୍ଡାରେ ବସି ଶୁଖିଲାପତ୍ର ପରି ଦିଶନ୍ତି..!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy