STORYMIRROR

Jayashree Maharana

Fantasy Inspirational Others

3  

Jayashree Maharana

Fantasy Inspirational Others

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
163

ଖେଳାବୁଲା ସାରି ସଞ୍ଜ ନହେଉଣୁ

ଘରକୁ ଫେରିଲା କୁନା ଆମର

ଦେଖିଲା ମାଆ ତା' ସାଇତି ରଖୁଛି

ଅଖା ଭର୍ତ୍ତି କରି ଶୁଖିଲା ପତ୍ର ।


ପଚାରିଲା କୁନା ଚକିତ ହୋଇଣ

କାହିଁକି ମାଆ ଲୋ ରଖୁଛୁ ଯତ୍ନେ

କେଉଁ କାମରେ ସେ ଆସିବ କହୁନୁ

ସାଇତିବି ମୁହିଁ ନିଶ୍ଚୟ ଦିନେ ।


ହସିଦେଲେ ମାଆ କୁନାକୁ ଆଉଁସି

ଅଦରକାରୀ ସେ ନୁହେଁ ରେ ଧନ

ଜାଳେଣି ରୂପରେ କାମରେ ଆସିବ

ପାଉଁଶରେ ଥାଏ ସାରର ଗୁଣ ।


ପକ୍ଷୀ ଖୋଜିଥାଏ ଶୁଖିଲା ପତର

ଗଢିବା ନିମନ୍ତେ ତାହାରି ବସା

କେବେ ସାଜିଥାଏ ଅତି ଦରକାରୀ

ଭାସିଯାଉଥିବା ପିମ୍ପୁଡି ଆଶ୍ରା ।


କେତେ ଔଷଧି ଗୁଣ ରହିଅଛି

କେତେକ ଶୁଖିଲା ପତର ଦେହେ

ଖଲି, ଠୋଲା ପାଇଁ ନିହାତି ତ ଲୋଡ଼ା

ରୋଜଗାର ପାଇଁ ସହାୟ ହୁଏ ।


ଖେଳିଗଲା କୁନା ଓଠେ ମିଠା ହସ

କହିଲା ବୋଉଲୋ ବୁଝିଲି ମୁହିଁ

ଆଜିଠାରୁ କେବେ ଶୁଖିଲା ପତର

ଭାବି ଅଣଦେଖା କରିବି ନାହିଁ ।



Rate this content
Log in

Similar oriya poem from Fantasy