Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର

Inspirational

4  

ଅନିଲ କୁମାର

Inspirational

## ଶୁଖିଲା ପତ୍ର ##

## ଶୁଖିଲା ପତ୍ର ##

1 min
207



ଜୀବନ ନାଟକ ଅପରାହ୍ନ ବେଳ

     ଯେମନ୍ତ ଶୁଖିଲା ପତ୍ର

ଯେତେ ସବୁ ସୁଖ ଅପସରି ଯାଏ

      ମଣିଷ ନିମିତ୍ତ ମାତ୍ର ।।


ବାଲ୍ୟ ଚପଳତା ଯୁବ ଉଦ୍ଦାମତା

      ସବୁ ଲଭେ ପରାଭବ

ଯାତନା ଜଞ୍ଜାଳେ ଆଉଟା ମାନବ

     ଶୁଖିଲା ପତ୍ରରେ ଭାବ ।।


ଗଛରୁ ଖସିଲେ ଶୁଖିଲା ପତର

     ତରିଯାଏ ସିନା ଭଲେ

ସଂସାର ବନ୍ଧନେ ଅଭିନୟ ପରେ

   ଜୀବନଟା ଭାଗ୍ୟ ମୂଲେ ।।


ପବନ ଭରସା ଲାଭେଣ ପତର

    ଦିଗେ ତାର ଚାଲିଯାଏ

ଅପସୋରା ଏଇ ଜନମଟା ଆମ

    ନିର୍ବାଣକୁ ଖୋଜୁଥାଏ ।।


ଗଛରେ ଯେସନ ପତ୍ରର ଭୂମିକା

    ସେମିତି ମଣିଷ ବେଳ

ଯେଉଁ ପତ୍ର ଦିନେ ଛାଇ ଦେଉଥିବ

   ଶୁଖିଲେ ହୁଅଇ ଜାଳ ।।

 


Rate this content
Log in

Similar oriya poem from Inspirational