STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
169


ମୁହିଁ ଯେ ଶୁଖିଲା ପତ୍ରଟିଏ ବୋଲି

ଅଣଚାଶ ପବନରେ ଉଡିଯିବି

ବଢ଼ିଲା ନଈର ସୁଅରେ ଭାସିଯିବି

ନିଆଁର ଡହକରେ ଜଳିଯିବି

ଏହାର କିଛି ସଠିକତା ନାହିଁ!!


ମୁହିଁ ଯେ ଶୁଖିଲା ପତ୍ରଟିଏ ବୋଲି

ଆପେ ଆପେ ଗଛରୁ ଝଡ଼ିଯିବି

ଅପନ୍ତରାରେ ପଡି ପଡି ସଢୁଥିବି

ଆ ମୃତ୍ୟୁ ଅସହାୟତାରେ ଯୁଝୁଥିବି

ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ!!


ମୁଁ ଯେ ଆପଣା ଜୀବନର

ତମାମ ଅଭିଜ୍ଞତାରେ ସମୃଦ୍ଧା

ନୁହଁଇ କାହାରି ଆଶ୍ରିତା

ମୁଁ ସ୍ୱୟଂସମ୍ପୂର୍ଣ୍ଣା ସ୍ୱୟଂସିଦ୍ଧା

ଆପଣା ଗୁଣଗ୍ରାମରେ ବନ୍ଦିତା

ଆପଣା ବିଶ୍ବର ବିଜେତା

ବୟସର ସାୟାହ୍ନରେ ହେବି 

କାହିଁ କାହାର ଉପେକ୍ଷିତା??




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational