STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
206


ପତ୍ର ସବୁ ସମୟ ଚକ୍ରରେ

ଶୁଖି ଝଡିଯାନ୍ତି

ନୂଆ ପତ୍ର କଅଁଳେ ଶାଖାରେ

ସ୍ଵପ୍ନ ସବୁ ପୁଣି ଡେଣା ମେଲାନ୍ତି

ଶୁଖିଲା ପତ୍ର ପବନ ରେ ଥିରି କରି

ଉଡିଯାଏ ଦୂରକୁ ମେଲାଣି ନେଇ

ସତ୍ତା ହରେଇବାର ଅବଶୋଷ ନଥାଏ 

ପୁଣି ଗଛ ଦେହରେ ବାସ୍ତବିକତା ର ପ୍ରତିଛବି

ଦୃଶ୍ୟମାନ ହୁଏନି ଆଉ

ଶୁଖିଲା ପତ୍ର ର ବିଦାୟ କାଳୀନ ନିର୍ଜନତା

କାୟା କଳ୍ପ ରେ ପରିବର୍ତ୍ତନ

ନୂତନତ୍ବ ର ସନ୍ଧାନରେ ରିକ୍ତ ସ୍ଥାନ ଅନ୍ତରେ

ଜୀବନ୍ତ କି ଜୀବନ ଅନ୍ତ

ଆଶା ଅହମିକା ଶୂନ୍ୟ 

ଯାତ୍ରା ଶେଷର ଆଲେଖ୍ୟ

ନା ଅଛି ଶ୍ରାବଣର ,ନା ଅଛି ଆଉ ବସନ୍ତର ପ୍ରତୀକ୍ଷା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract