STORYMIRROR

Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ଶୁଦ୍ଧ ପବିତ୍ର ବିଚାର ରଖେ ନିର୍ବିକ

ଶୁଦ୍ଧ ପବିତ୍ର ବିଚାର ରଖେ ନିର୍ବିକ

1 min
394

ମନର ଭାବ ଭାବନା ଅକଳନ ଅସରନ୍ତି

ଭଲ ଭାବେ ମନ୍ଦ ଭାବେ ଇଚ୍ଛା ଅନୁସାରେ

ଭଲ ଲାଗେ ଯା' ତା' ଉପରେ ରଖେ ଧାରଣା 

ଚିନ୍ତେ କିଛି ଉତ୍ତମ କରେ ତାର ତର୍ଜମା

ଇଚ୍ଛାହୁଏ ଯେବେ ଆସେ ଆଗ୍ରହ ବଢ଼େ ଉତ୍ସାହ

ପାଏ ସେ ଅନ୍ତଃକରଣରୁ ପ୍ରେରଣା

ହୃଦୟର ଗିରି ଗୁମ୍ଫାରୁ ତାର ଝରି ଆସେ

ସ୍ଵତଃସ୍ପୃତ ଭାବରେ ଭାବନାର ଝରଣା 

ଚାହେଁ ସେ ନିବାରଣ କରିବାକୁ ଆଶାର ତୃଷ୍ଣା 

ଭାବ ପ୍ରବଣତାର ସ୍ରୋତ ଚାଲେ ବହି

ଆଗକୁ ଆଗକୁ ଯାଏ ମନକୁ ନିଏ ମୋହି 

ସ୍ଥିର କରି ଭାବନା ନିଏ ସେ ନିଷ୍ପତ୍ତି

ଆସିବ କି ଏ ପଥରେ ଗଲେ କିଛି ବିପତ୍ତି

ବିଚାର କରେ ସେ ସୂକ୍ଷ୍ମ ଜ୍ଞାନ ବୁଦ୍ଧି ବିବେକରେ

ଖୋଜିପାଏ ଜୀବନର ଲକ୍ଷ୍ୟ ଓ ଠିକଣା 

ଚଲା ବାଟେ ଚାଲେ ନେଇ ଏକ ଦୃଢ଼ ସଂକଳ୍ପ

ହୃଦୟରେ ଆଶା ଆକାଂକ୍ଷା ରଖି ଅମାପ

ଛୁଇଁଲେ ସଫଳତାର ସୀମା ପାଏ ତା' ପାଉଣା

ହୁଏ ଯେବେ ବ୍ୟତିକ୍ରମ ହୁଏ ବାଟବଣା

ନଦେଖି ନିଜ ତ୍ରୁଟି କହେ ପାଇଲା ପ୍ରତାରଣା

ବଢିଯାଏ ତାର ମାନସିକ ଉତ୍ତେଜନା

ମନ ଭିତରେ ବସା ବାନ୍ଧେ କୁଚିନ୍ତା ଦୁର୍ଭାବନା

ଜୀବନକୁ ଗଢ଼ି ପାରେନା ସରସ ସୁନ୍ଦର 

ହୁଏ ଅସ୍ଥିର ଦୁଃଖ କଷ୍ଟରେ କରେ ହାହାକାର 

ବିବଶରେ ହୋଇ ଉଦାସ ରହେ ଅଶାନ୍ତ 

ଭୁଲିଯାଏ ସେ ବାସ୍ତବ ସତ୍ୟର ସିଦ୍ଧାନ୍ତ

ଶୁଦ୍ଧ ପବିତ୍ର ବିଚାର ମନକୁ ରଖେ ନିର୍ବିକାର

ଚଳିଲେ ମାନି ତାର ଆଶା ସ୍ବପ୍ନ ହୁଏ ସାକାର ।


Rate this content
Log in

Similar oriya poem from Abstract