Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଶୁଦ୍ଧ ଚିନ୍ତନ

ଶୁଦ୍ଧ ଚିନ୍ତନ

1 min
323



ଆମ ଏ ଶରୀର   ଗଢ଼ା ପଞ୍ଚଭୂତେ

    ପଞ୍ଚ କର୍ମ ଜ୍ଞାନେନ୍ଦ୍ରିୟ

ଚିତ୍ତ ଅହ°କାର    ବୁଦ୍ଧି ଆଉ ମନ

    ଚାରିଟି ଅନ୍ତକରଣ ।


ଶୁଦ୍ଧ ସଦାଚାରେ   କର୍ତ୍ତବ୍ୟ ଉଚିତ

    ଆପଣାର କର୍ମ ଧର୍ମ

ଅନ୍ନମୟ କୋଷ   ଏ ସ୍ଥୂଳ ଶରୀର

    ସାରଥି ବିବେକ ଜ୍ଞାନ ।


ଧ୍ୟାନ ପ୍ରାଣାୟାମ   ଯମ ଓ ନୀୟମ

     ସୁଅଭ୍ୟାସ ଆଲମ୍ବନ

ଶୋଧନ କରଇ    ଅନ୍ତକରଣକୁ

    ବିକଶେ ଆତ୍ମା ସୁମନ ।


ସ୍ୱଭାବ ଚରିତ୍ର   ହୁଅଇ ଉତ୍ତମ

   ଆଚରିଲେ ସ°ଯମତା

ଜ୍ଞାନର ବିକାଶ    ହୁଏ ନିରନ୍ତର

   ଅଭ୍ୟାସିଲେ ଶିକ୍ଷାଦୀକ୍ଷା ।


ଅରଜେ ମାନବ   ଧନ ମାନ ଯଶ

    ଜୀବନ ଶାଶ୍ୱତ ପୁଞ୍ଜି

ହୋଇ ସଚ୍ଚରିତ୍ର   ବିଶୁଦ୍ଧ ଚିନ୍ତନେ

    ଅସାଧ୍ୟକୁ ପାରେ ସାଧି ।

         


Rate this content
Log in

Similar oriya poem from Inspirational