STORYMIRROR

Bijay Prusty

Romance

3  

Bijay Prusty

Romance

ଶୁଭ୍ରା

ଶୁଭ୍ରା

1 min
144


କୁହୁଡି ଚାଦର ଘୋଡି ହୋଇଛ ଗୋ

ପିନ୍ଧିଛ ଶୁଭ୍ର ବାସ

ମହ ମହ ବାସେ ଦେହଟି ତୁମର

ମୁହଁରେ ସ୍ନିଗ୍ଧ ହସ I

ଶୀତ ସକାଳେ ମୁଁ ତୁମକୁ ଦେଖିଲି

ମନ ହୋଇଗଲା ଖୁସି

ସ୍ଥିର ଚାହାଣୀରେ ଚାହିଁଥିଲ ତୁମେ

ଦେଇଥିଲ ଟିକେ ହସି I

ଶେଫାଳୀ ହସିଲା ରାତିର ଅନ୍ଧାରେ

ତୁମେ ପଡିଥିଲ ଶୋଇ

ସକାଳୁ ଯେବେଳେ ଝଡିଗଲା ତଳେ

ତତ୍କାଳ ଉଠିଲ ଚେଇଁ I

ଶୁଭ ସକାଳର ସ୍ୱାଗତ ଗୀତିକା

ଗାଇଲ ଗୋ ହସି ହସି

ବାଣ୍ଟିଲ କେତେ ଯେ ପ୍ରୀତିର ମହକ

ବିତରିଲ କେତେ ଖୁସି I



Rate this content
Log in

Similar oriya poem from Romance