STORYMIRROR

Sarojini Mishra

Action

4  

Sarojini Mishra

Action

ଶୁଭକାମନା

ଶୁଭକାମନା

2 mins
245



ଜଗତ ପାଇଁ କି ଶୁଭ ମନାସିଲି

ତା ମଧ୍ୟେ ଫୁଲ ଅଗଣା

ଅଗଣାର ଫୁଲ ସଦା ହସୁଥାନ୍ତୁ

ଧରି ପ୍ରୀତିର ଗହଣା ।

ବିଗତ ବର୍ଷର ନିରାଶା ବାଲିରୁ

ଅନୁଭବ ମୁକ୍ତା ମିଳୁ

ଅନୁଭବ ମଖା ସମ୍ଭାବନା ମଧ୍ୟୁ

ସବୁଜ ପତ୍ର କଅଁଳୁ ।

ଶୁଭକାମନା ର ପ୍ରତିଟି ପତରେ

ପ୍ରେମ ଗଙ୍ଗା ବହିଯାଉ

ମାଟିର ମହକେ ଆମୃତୃପ୍ତି ଭରୁ

ଚେତନା ସମୃଦ୍ଧ ହେଉ ।

ଅନୁଭବ ମଖା ଜୀବନ ରାସ୍ତାରୁ

ବର୍ତ୍ତମାନ ବିଭା ଭରୁ

କର୍କଶ ନାଦରେ ମଧୁରିମା ଭରୁ

ଈର୍ଷା ବାଟ କାଟି ଫେରୁ ।

ଶୁଭକାମନା ଏ ମାଟି ମାଆ ପାଇଁ

ସବୁଜିମା ଯେ ବିରାଜୁ

ଜୈବ ବିବିଧତା ମନ ମୁଗ୍ଧ କରୁ

ପବନେ ଶୁଦ୍ଧତା ସାଜୁ ।

ଶୁଭକାମନା ଏ ନାରୀ ଜାତିପାଇଁ

ସର୍ବଗୁଣେ ମଣ୍ଡି ହେଉ

ସ୍ନିଗ୍ଧତା ସ୍ରୋତରେ ଶକ୍ତି ର ଆଧାର

ସଦା ଯେ ବରଷି ଯାଉ ।

ଶ୍ରଦ୍ଧା ସୁମନ ରେ ମଣ୍ଡି ହୋଇଯାଉ

ଶିକ୍ଷାର ଗଜରା ବାନ୍ଧୁ

ସଂସ୍କାର ମହକେ ପରିବାର ଠାରୁ

ଜଗତର ସାଜୁ ବନ୍ଧୁ I

ଶୁଭକାମନା ଏ ପୁରୁଷ ଜାତିକୁ

ନବ ନୈପୁଣ୍ୟତା ବାଣ୍ଟୁ

ନିରପେକ୍ଷ ଭାବେ ବିଚ଼ାର ବିମର୍ଷେ

ସୁବିଚ଼ାର ଯେ ସାଉଁଟୁ |

ଜଗତ ହିତରେ ବିବେକ ସାଥିରେ

ମଶାଲ ଜଳାଇ ଯାଉ

କର୍ମଯୋଗୀ ହୋଇ ଦୁନିଆ କାନ୍ଥରେ

ନାମ ତାର ଲେଖି ହେଉ l

ଶୁଭକାମନା

ଏ ଯୁବ ପିଢି ପାଇଁ

ରକ୍ତେ ଜାଗରଣ ଭରୁ

ସଂସ୍କାର ସ୍ରୋତରେ ଗାଧୋଇ ଗାଧୋଇ

ଜଗତ ଉଦ୍ଧାର କରୁ ।

କର୍ତ୍ତବ୍ୟ ଆହ୍ଵାନେ ଅର୍ଜୁନ ସାଜି ଯେ

ଜାଗରଣ ଗୀତି ଗାଉ

ମନ ମନ୍ଦିରର ବିବେକ ଡାକରେ

ଆଗକୁ ପାଦ ବଢାଉ ।

ଶୁଭ କାମନା ଏ ଜଗତ ପାଇଁ କି

ହିଂସା, ଦ୍ବେଷ ବାଟ କାଟୁ

ଶ୍ରଦ୍ଧା ସୁମନରେ ସମ୍ଭାବନା ରାଜି

ସଫଳତା ଗୀତ ରଟୁ ।

ପ୍ରତି ଚେତନାର ଅନ୍ତସ୍ବରେ ଭରୁ

ଆଧ୍ୟାତ୍ମ ବାଦ ମହକ

ଶିକ୍ଷା ସଂସ୍କାରର ଅପୂର୍ବ ମିଳନେ

ରହୁ ମଣିଷର ଟେକ ।

ଶୁଭକାମନା ଏ ଜନ ମାନସକୁ

ସାମ୍ୟ, ମୈତ୍ରୀ ପ୍ରୀତି ମିଳୁ

ମନ ମନ୍ଦିରର ଚେତନା ଗୃହରେ

ବିବେକର ଦୀପ ଜଳୁ |

ଯୁଦ୍ଧ ଡାକାରା ର ପୂର୍ଣ୍ଣାହୂତି ହେଉ

ଭ୍ରାତୃ ପ୍ରେମ ଯଜ୍ଞ ହେଉ

ସକରାତ୍ମକ ର ପ୍ରତିଧ୍ବନୀ ସ୍ରୋତେ

ପବିତ୍ରତା ସ୍ରୋତ ବହୁ ।

ପ୍ରଭୁ ଚେତନାରେ ଆତ୍ମା ର ଡାକରେ

ଜୀବନର ଗତି ବଢୁ

ଭାବ ଭାବନାରେ ସଂସ୍କୃତି ମହକ

ଜୀବନର ବାର୍ତ୍ତା ପଢୁ ।

ଶୁଭକାମନା ରେ ସର୍ବମନ ଭିଜୁ

ନିଜକୁ ନିଜେ ସେ ଖୋଜୁ

ନିଜ ପାଖେ ଶାନ୍ତି ଲୁଚ଼ି ବସିଅଛି

ଖୋଜିବା ରେ ସେ ନ ହଜ୍ମ |

ଏଇ ଅଗଣାର ପ୍ରତି ଫୁଲ ପ୍ରାଣେ

ମହକ ଯେ ଘର କରୁ

ଲିଭି ଯାଉ ସବୁ ଦୁଃଖ ଓ ଯାତନା

ସପ୍ରେମେ ପ୍ରଭୁ ସୁମରୁ |



Rate this content
Log in

Similar oriya poem from Action