STORYMIRROR

Prasanna Kumar Madala

Abstract

2  

Prasanna Kumar Madala

Abstract

ଶୁଭାଭିନନ୍ଦନ

ଶୁଭାଭିନନ୍ଦନ

1 min
3.0K

ଭିଜ୍ଞ ବିଜ୍ଞଜନେ    ବିଷାଦ ବର୍ଜନେ 

ବିଚାର ମୂଳକ

ଭାବନାରେ ଦେଖ  ଭବ୍ୟ ରୂପରେଖ

ଖେଳାଏ ପୁଲକ

ବନ ଉପବନେ    ବସନ୍ତ ପବନେ

ବିତରି ସୌରଭ

ଋତୁରାଜ ଆଜି   ମର୍ତ୍ତ୍ୟରେ ବିରାଜି

ବଢାଏ ଗୌରବ

ପ୍ରସୂନ ଚୁମ୍ବନେ    ଅଟବି ଭୁବନେ

ଜଗାଇ କମ୍ପନ

ମଧୁପ ଗୁଞ୍ଜନେ   ଆହ୍ଲାଦ ସୃଜନେ

ସଞ୍ଚରେ ସପନ

ସୁରଭି କ୍ଷରିତ     ପର୍ବେ ମୁଖରିତ

ସମଗ୍ର ଧରଣୀ

ନିରୁତ୍ସାହୀ ପ୍ରାଣେ  ପ୍ରଶସ୍ତ ପ୍ରମାଣେ

ଦର୍ଶାଏ ସରଣୀ

କବିର ଭାଷାରେ  ବହୁ ପ୍ରତ୍ୟାଶାରେ

ସମ୍ଭାବ ସମ୍ପତ୍ତି

କରିଛି କବଳ     ଉନ୍ମାଦ ପ୍ରବଳ

ମାନସେ ସମ୍ପ୍ରତି

ମଧୁମାସ ବିତ୍ତେ   ଅଳଙ୍କୃତ ଗୀତେ

ଉପମା ଯମକ

ଉଲ୍ଲାସଇ ପ୍ରୀତେ   ସମ୍ଭ୍ରମିତ ଚିତ୍ତେ

ବିସ୍ତାରି ଚମକ

ନବ ଅଭିଳାଷେ  କାବ୍ୟିକ ବିଳାସେ

ସୌଗନ୍ଧ ବନ୍ଦନ

କରୁଅଛୁ ଆଜ     ଆସ ଋତୁରାଜ

ଶୁଭାଭିନନ୍ଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract