STORYMIRROR

Bijaya kumar panda

Inspirational Children

4  

Bijaya kumar panda

Inspirational Children

ଶୁଭ ଜନ୍ମଦିନ

ଶୁଭ ଜନ୍ମଦିନ

1 min
204

ଜନ୍ମ ଆଉ ମୃତ୍ୟୁ ଦୁଇଟି ସତ୍ୟ ଓ ଚିରନ୍ତନ

ଗୋଟିଏ ସୁୁୁଖ ଦେଲେ ଅନ୍ୟଟି ଦୁୁୁୁଃଖର କାରଣ

ଆଗମନରେ ହୋଇଥାଏ କେେତ ଯେ ବିଭୋର

ପ୍ରତ୍ୟାବର୍ତ୍ତନରେ ଶୁଭେ କି ପାଇଁ ଏତେ କ୍ରନ୍ଦନ ?

ଦୀପଟିଏ ଜାଳେ କେତେ କରି ଓଷା ବ୍ରତ 

ଲିିଭାଇ ଥାଏ କି ପାଇଁ ମହମବତୀର ଆଲୁଅ

ତେବେ ସରି ଯାଉନାହିଁ କି ବୟସର ପାହାଚ

କି ଖୁସିରେ ପାଳିବି ଏ ଜନ୍ମଦିନ ନକରି ଚିନ୍ତନ।

ନୁୁୁଖୁରା ମୁୁୁଣ୍ଡ ଜାଣେନା ଏହାର ମାନେ କ'ଣ

ତେଲିଆ ଘରେ ହୁଏ ପୁୁୁଣି ବହୁତ ଆଡ଼ମ୍ବର

ଦୁୁୁୁଇଆଡେ ମେଲେ ବାହୁୁୁ ମଝିିଆ ଚଳନୀର

ଏହି ସଂସ୍କୃତି ପରମ୍ପରା ସତରେ କ'ଣ ଆମର।

ଏ ତ ଆଜିକାଲି ହୋଇ ଗଲାଣି ଫେସନ୍

ପିିିଲାଙ୍କ ଠାରୁ ବୁଢ଼ା ମାନେ ବି ଅସମ୍ଭାଳ

ନାମୀଦାମୀ ଗୀତରେ ଫଟୋ ଛାଡ଼଼ନ୍ତି ତାଙ୍କର

ଜାଣେନି ଅହଂକାର ନା ପରିବର୍ତ୍ତନର ସ୍ୱର।

ସରି ସରି ଆସେ ପାହାଚ ପରେ ପାହାଚ

ଭାବିଛ ଥରେ ସମାଜ ପାଇଁ କ'ଣ କରିଛ

ଗୁୁଣ ଚରିତ୍ରରେ କରିଛ କି ଆବିଷ୍କାର

 ଯେବେ ସ୍ମୃତି ହୋଇ ରହିିିବ ଏହି ଧରାର।

ହସ ଖୁସି ହେବା ଆମ ପାଇଁ ବହୁତ ଭଲ

ତା ମଧ୍ୟରେ ଖୋଜନ୍ତୁ ନିଜ ପରିଚୟ

ରାସାୟନିକ ପଦାର୍ଥରୁ ଦୂରେଇ ରୁହ

ପାଶ୍ଚାତ୍ୟ ପରମ୍ପରା ଏଠି ନୁହେଁ ଉପଯୁକ୍ତ।

ଦୟା କ୍ଷମା ସ୍ନେହ ଶ୍ରଦ୍ଧା ଦିଅ ଉପହାର

ପିିତାମତା ଗୁୁୁୁରୁଜନଙ୍କ ଘେନି ଆଶୀର୍ବାଦ

ମିିଠାମିଠା କଥା କହି କରିବା ଯାହା ଭଲ

ବିିଶ୍ଵଶାନ୍ତି ଆଣି ଦେବ ଆମ ଜନ୍ମଦିନ।।



Rate this content
Log in

Similar oriya poem from Inspirational