ଶତାବ୍ଦୀର ପୁନରାବୃତ୍ତି
ଶତାବ୍ଦୀର ପୁନରାବୃତ୍ତି
ଏକ ଶତାବ୍ଦୀ ବିତିଗଲା
ଅସହଯୋଗ ଆନ୍ଦୋଳନକୁ ;
ଆଉ ଥରେ ପୁନରାବୃତ୍ତି
ହେବା ଦରକାର ଅଚେତଙ୍କୁ ।
ଦରକାର ବର୍ଜନ କରିବା ,
ତେଜ୍ଯା କରିବା ମିଛ ଆଇନକୁ ;
ଗଢି ଉଠାଇବାର ଅଛି
ଆଉ ଏକ ଉତ୍କଳ ସମ୍ମିଳନୀକୁ ।
ଜାଗି ଜଗାଇବାର ଅଛି
ସୁପ୍ତ ସିଂହମାନଙ୍କୁ ,ଅନ୍ତର ଅଗ୍ନିକୁ.
ଜାଳି ପାଉଁଶ କରିବାର ଅଛି
ମାନ୍ୟବର ଅମାନିଆ ଆଇନକୁ ।
