STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

ଶତାବ୍ଦୀ ପୁରୁଷ କାଲାମ

ଶତାବ୍ଦୀ ପୁରୁଷ କାଲାମ

1 min
13.7K


ଶତାବ୍ଦୀ ପୁରୁଷ କାଲାମ୍ 🌹


ଅନ୍ଧାରରେ ଦୀପଶିଖାଟିଏ ପରି

ପ୍ରଜ୍ଜ୍ୱଳିତ ହେଲେ ଧିରେ ଧିରେ

ବିକଶିତ ହେଲା ଦୀପ ବହ୍ନୀରୂପ

ଦେଇ ଆଲୋକ ଦେଶ ମାଟିରେ


ପ୍ରଜ୍ୱଳିତ ଶିଖା କଲାମ ନମସ୍ୟ

ଜନମି ପନ୍ଦର ଅକ୍ଟୋବର

ବିଂଶ ଶତାବ୍ଦୀ ର ଏକତ୍ରିଶ ସାଲ

ସ୍ମରଣୀୟ ଦେଶ ବାସିଙ୍କର


ସ୍ୱପ୍ନର ଭାରତ ଦେଖିଥିଲେ ସିଏ

କରିଥିଲେ ଭିଜନ ଭଣିତ

ଜୟ କରିଥିଲେ ଇନ୍ଦ୍ରିୟ ସମୁହ

କର୍ମଯୋଗୀ ଭାବେ ଉଦୟିତ


ଚେଷ୍ଟା ଥିଲା ତାଙ୍କ ଅଖୁଣ ଅତୁଲ୍ୟ

ନିରଳସ ନିରନ୍ତର ପଥେ

ଅରୁଣ ଆଲୋକ ଉଠିବକି ସତେ

ସଫଳ ସୃଷ୍ଟି ସରଜି ଯେତେ


ଉଜ୍ଜିବିତ କରି ଛାତ୍ର ସମୁଦାୟ

ନମସ୍ୟ ହୋଇଲ ହେ କଲାମ

ତଥାପି ଏ ଦେଶ ଜାଗୁନାହିଁ କାହିଁ

ଦେବାକୁ ଶତ୍ରୁରେ ଜବାବି ସଲାମ୍


ସରଳ ଜୀବନ ସଦାଶୟ ସମ

ହେବେନାହିଁ କେହି ତୁମ ସରି

ବିଚାର ତୁମର ବିସ୍ତାର କରିଛି

ଆତ୍ମରକ୍ଷା ପାଇଁ ଅନ୍ତକାରୀ


ଜୁଲାଇ ମାସର ସତାଇଶ ରିଖେ

ହଜିଗଲ ତୁମେ ଆମ ପାଇଁ

ଛାଡିଗଲ ତୁମେ ମାନବିକତାର

ମହାନତା ମହାଦିକ୍ଷା ଦେଇ


ମିଶାଇଲମ୍ୟାନ ବୋଲି ପରିଚିତ

ଜଗତେ ଖ୍ୟାତି ବିଶ୍ଵ ବିଦିତ

ଝୁରେ ଚାନ୍ଦିପୁର ପୋଖରାନ୍ ମାଟି

ସଫଳ କ୍ଷେପଣେ ପରିକ୍ଷୀତ


ଅଧିଦୈବ ତୁମେ ଭାରତର ରତ୍ନ

ଅଦ୍ୱିତୀୟ ପଦ୍ମ ବିଭୁଷିତ

ଦେଶ ପାଇଁ ତ୍ୟାଗ ଧର୍ମର ଅନୁଗ

ସହନଶୀଳରେ ଅଗ୍ରଦୂତ


ଦେଶପ୍ରେମ ବହ୍ନି ଜଳାଇଛ ଦେଇ

ସ୍ନେହ ତ୍ୟାଗ ଶିକ୍ଷା ମହାମନ୍ତ୍ର

ବଞ୍ଚିବା ପାଇଁକି ଲକ୍ଷ ଏକ କର

ଜୀବନ ଧ୍ୟେୟ ନୁହେଁ ଜର୍ଜର


ତୁମ ପରି ଜଣେ ଆଉକେ ହେବକି

ଦ୍ବିତୀୟ ମହାତ୍ମା ଭାରତର

କରୁଛି ପ୍ରଣାମ ଏଜାତି ତୁମକୁ

ତୁମେତ ଏଜାତିର ଭାସ୍କର


ପ୍ରଶାନ୍ତ କୁମାର ହୋତା 🙏


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational