ଶତ ପ୍ରତିଶତ
ଶତ ପ୍ରତିଶତ


ଝୁଣ୍ଟି ଝୁଣ୍ଟି ସାରା ପଥପ୍ରାନ୍ତ
କେତେ ଆଘାତ ପ୍ରତିଘାତ ଘାତ
ବୁହେ ନାହିଁ ଟିକିଏ ବି ରକ୍ତ
କାରଣ ସବୁ କ୍ଷତ ଦିଶେନା ହୁଏତ
ରକ୍ଷା ପାଏ ଜଗନ୍ନାଥ ଙ୍କୁ କରି ପ୍ରଣିପାତ
ଜୀବନର ଯେତେ ସବୁ ସହଜ ସରଳ ସୂତ୍ର
ପଡିଉଠି ମନେରଖି ଗାଏ କିଏ ଗୀତ
କା ପାଇଁ ସମାହିତ ପୁଣି ଅସମାହିତ
ରାସ୍ତା ସାରା ଯନ୍ତ୍ରଣା ର ଦୈବୀ ବିତ୍ପାତ
ଚରଣେ ଶରଣ ଦିଅ ଆହେ ଜଗନ୍ନାଥ
କିଏ ଏଠି ଗାଏ ବସି ବିରହୀ ସଂଗୀତ
ସଜାଡୁଥାଏ କାଠିକୁଟା ଦେଇ କେ ପରସ୍ତ
କିଏ ବି ଫିଙ୍ଗିଦେଇଛି ପୃଷ୍ଠା ଅପର୍ଯ୍ୟାପ୍ତ
ମଧୁଝରା ଲଗନେ ପାହାନ୍ତି ଶିଶିରେ ସିକ୍ତ
ଦର୍ଶନେ ବଢାଇ ମହତ୍ୱ ହୋଇ ପରିତୃପ୍ତ
ତଥାପି ପାଦ ବଢୁଛି ଆଗକୁ ପର୍ଯ୍ୟାପ୍ତ
ଫର୍ଦ ବଢୁଛି ବହିର ଦୁଃଖ ସୁଖରେ ମିଶ୍ରିତ
ଚକାଆଖି ତୁମକୁ ଚାହିଁ କିଛି ପ୍ରଶମିତ
ଶହେରୁ ଶହେ ପାପପୂଣ୍ୟର ତୁମେ ବିଚାରବନ୍ତ