STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ସହସ୍ର ସଲାମ

ସହସ୍ର ସଲାମ

1 min
13.3K


ବୀରପ୍ରସବିନୀ ଭାରତ ମାଆର

ଅମୂଲମଣି ହେ ଘେନ ପ୍ରଣାମ,

ଗୃହ ତ୍ୟାଗ କରି,ସୁଖ ଭୋଗ ଛାଡ଼ି

ସୈନିକ ବୀର ହେ ତୋତେ ନମାମ୍ ।

ବୀରା ଜନନୀର ସ୍ନେହ, ଶ୍ରଦ୍ଧା ପାଶେ

ବନ୍ଧା ହୋଇ ଦିନ ରାତି ଭୁଲ,

ନିଜେ ଜଳିଜଳି ଜଳାଅ ଜଗତେ

ଶାନ୍ତି, ମୁକ୍ତିର ମଶାଲ।

ଲୁହ ଲହୁ ଦେଇ ସଶସ୍ତ୍ର ପ୍ରହରୀ

ସାଜ ତୁମେ ବୀର ସୈନିକ,

ଜୀବନକୁ ବାଜି ଲଗାଇ ତ ହୁଅ

ଅମର ବୀର ସହିଦ।

ତୁମ ଦାନ ପାଇଁ ସୁଖ ଶାନ୍ତିରେ

ନିଶ୍ଚିନ୍ତେ ଜଗତ ଶୁଏ,

ତୁମ ଫେରିବାର ବାଟ ଚାହିଁ ଚାହିଁ

ଜନନୀ ଅନ୍ଧୁଣୀ ହୁଏ।

ଜଗନ୍ନାଥ ପାଶେ ଏତିକି ଗୁହାରି

ଥାଉ ଦେଶ ପ୍ରୀତି ତୁମ,

ଭକ୍ତି ପୁଷ୍ପାଞ୍ଜଳି ଢାଳୁ ତୁମ୍ଭ ପାଦେ

ତୁମ୍ଭକୁ ଶତ ସଲାମ ।

ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational