ଶରତରେ ଆମ ଗାଆଁ-1
ଶରତରେ ଆମ ଗାଆଁ-1
ସୁବର୍ଣ୍ଣ ଶସ୍ୟରେ ସଜଇ ଧରଣୀ,
ମହକି ଉଠେ ଗଗନ ପବନ,
ଭାଦ୍ରବର ରଙ୍ଗ ସରେ ଧରା କୋଳେ,
କରେ ଅଶ୍ଵିନ ଯେବେ ଆଗମନ I
ଢ଼େଉ ଢ଼େଉ ହୋଇ କାଶତଣ୍ଡୀ ହସେ,
କୁମୁଦିନୀ ଫୁଟେ ସରୋବରରେ,
ଆନନ୍ଦ ଲହଡ଼ି ଘେରେ ଚଉପାଶେ
ସାଜେ ଉପବନ ଆଡ଼ମ୍ବରରେ I
ନୀଳ ଆକାଶର ବିହଙ୍ଗ ମେଲାଣି,
ଭରିଯାଏ ଗୀତ କଳରବରେ,
ଧରା କାନେ ଢାଳେ ମଧୁର ସଙ୍ଗୀତ,
ଶୀତଳ ସମୀର ନଈ କୂଳରେ ।
ମନ୍ଦିରରେ ଶୁଭେ ମୃଦଙ୍ଗ କାହାଳି,
ଜଗତ ଜନନୀଙ୍କର ସ୍ୱାଗତେ,
ପାପର ନାଶିନୀ ମହିଷ ମର୍ଦ୍ଧନ କରନ୍ତି
ତ୍ରିଶୁଳ ଧରିଣ ହାତେ I
