STORYMIRROR

Debjani Sathua

Classics Fantasy

4  

Debjani Sathua

Classics Fantasy

ଶରତେ ଅଧିରା ବସୁନ୍ଧରା

ଶରତେ ଅଧିରା ବସୁନ୍ଧରା

1 min
433

ସାଉଁଟି କୁସୁମ ଲହରୀ ଶରତେ ଅଧିରା ବସୁନ୍ଧରା,

ସଜ୍ଜିତେ ଅଦ୍ରିରୁ ଅଟଵି ଜୀବନୀ ପାଇଛି ବିିିଶ୍ୱମ୍ଭରା ।


ସ୍ୱଚ୍ଛ ନିରିମଳ ଏ ସାରା ଭୂମିରୁ ଅଭ୍ର 

ସବୁରି ହୃଦରେଣୁ  ପ୍ରସାରେ  ଶୁଭ୍ର। 


ଢାଳନ୍ତି ଆଭା ସ୍ନିଗ୍ଧ ମଧୁର ମଗନେ ଇନ୍ଦୁ, 

ବିକଶେ ରାଜୀବ ସ୍ଫୁରାଇ ମୋଦର ସସ୍ର ବିନ୍ଦୁ। 


ଶିଶିର ଓଢଣୀ ଆଛାଦିତା ଅବନୀ ପ୍ରଭାତେ,

ସୁନେଲି ସବିିିତାରେ ଦିଶେ ମୋତି ବିଞ୍ଚିଛି କି ସତେ !


ଭୂପରେ ଭାଳେ ଶେଫାଳି ଆତ୍ମିକ ବାସ ଛୁଟାଇ,

ଗନ୍ଧର ପ୍ରେମୀକ କେ ତାକୁ ନେବ ସରାଗେ ଗୋଟାଇ।


ଝଟକେ ଶୁକ୍ଳ କାଶତଣ୍ଡୀ ନିମ୍ନଗା ତଡାଗ ଉପକୂଳେ,

ଖେଳୁଥାଏ ଦୋଳି ଯେବେ ସଧିରେ ସମୀର ଚଳେ। 


ଜହ୍ନି କାକୁଡି କଷି ଡାକୁଥାଏ ସତେ ହସି ହସି, 

କୁଆଁରି ମନ ବିହରେ କାମନା ଦେଶେ ଉଲ୍ଲସି ।


ପାର୍ବଣ୍ୟ ଆସରେ ସଜାଇଛି ପ୍ରାସାଦରୁ କୁଟୀର ,

ଭରି ହର୍ଷ ସଭିଙ୍କ ମନେ ଲିଭାଇଛି ଚିହ୍ନ କ୍ଳେଶର ।


ଇର୍ଷା, ଦ୍ଵେଷ ହିଁସା କଳହ ସକଳ କରିଣ ଦୂର ,

ସ୍ୱାଗତ ଅଭିଳାଷେ ମା' ର ସର୍ବ ଜନ ତତପର ।


ଆଲୋକମାଳା ସଜାଇ ଦେଲାଣି ପୂଜା ମଣ୍ଡପ ,

ବିଜେକରି ଜଗଜ୍ଜନନୀ ନାଶିଵେ ସକଳ ପାପ ।


ଧୂପ ଦୀପ ନୈବେଦୈ ଭବାନୀ ଯିବେ ଭିଜି ,

ଘଣ୍ଟ ଘଣ୍ଟି ଢୋଲ ବାଇଦ ଯେବେ ଉଠିବ ବାଜି ।


ଭକ୍ତଙ୍କ ମନୁ ନିଚ୍ଛକ ଶ୍ରଦ୍ଧା ପଡୁଛି ଉତୁରି, 

ଅମ୍ବାକୃପା ଲଭି ସର୍ବେ ସଙ୍କଟୁ ଯିବେ ନିସ୍ତରି ।


ରୋଗ ଶୋକ ଭୋକ କରିବେ ନାଶ ତାଙ୍କ ଶକ୍ତି ବଳେ,

ଢାଳିଦେବେ ଶୁଭାଶିଷ ଦୁର୍ଗତୀନାଶିନୀ ଏ ମହୀ ତଳେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics