STORYMIRROR

Bidulata Sahoo

Classics Others

3  

Bidulata Sahoo

Classics Others

ଶରତ

ଶରତ

1 min
282



ଅସରା ଖୁସିର ପସରାକୁ ଧରି ଶରତ ମରତେ ଆସିଲାଣି,

ନଦୀପଠାପରେ ମଥା ଟେକିଧିରେ କାଶତଣ୍ଡି ଫୁଲ ହସିଲାଣି |

ଆକାଶରେ ଆଉ କଳାମେଘ ନାହିଁ ଧଳା ମେଘ ଖଣ୍ଡ ଭାସିଲାଣି,

ନଦୀଜଳ ଆଉ ଗୋଳିଆ ଦିଶୁନି ଚାହିଁଦେଲେ ମୁଁହ ଦିଶିଲାଣି 

ସଫା ଆକାଶରେ ରାତିର ଜହ୍ନଟା ଭାରି ତୋଫା ଏବେ ଦିଶିଲାଣି,

ନଈ,ପୋଖରିରେ କୁମୁଦ,କମଳ କିରିକିରି ହୋଇ ହସିଲେଣି

ଅପରାଜିତା ଓ ଟଗର, ତରାଟ ବାଡିରେ ବାଡିରେ ଫୁଟିଲାଣି,

ଗଙ୍ଗଶିଉଳିର ଭୁରୁଭୁରୁ ଗଂଧ ସଂଜ ହେଲେ ଭାସିଆସିଲାଣି,

ବାଡିର ଲଟାରେ ଜହ୍ନିଫୁଲ ଫୁଟି ଭାରି ତୋରା ସତେ ଦିଶିଲାଣି,

ସଂଜ ନଇଁଗଲେ କୁଆଁରିଏ ମିଶି ଜହ୍ନିଫୁଲେ ଜହ୍ନ ପୂଜିଲେଣି |

ଦଶହରା ସଜ ବସାଇବା ପାଇଁ ଯେ ଯାହାର ସଜ ସାଜିଲେଣି

ପାଇକପୁଅ ତା ପୂର୍ବକଥା ହେଜି ସାଇତା ଖଣ୍ଡାକୁ ମାଜିଲେଣି |

ମାଆଙ୍କର ପୂଜା ଅର୍ଚ୍ଚନା ପାଇଁ ଚଂଚଳ ଧରା ହୋଇଲାଣି

ଅଧର୍ମ ଉପରେ ଧର୍ମର ଜୟ ଶରତ ସଭିଙ୍କୁ କହିଲାଣି |

ଶରତ ହେ ତୁମେ ମରତ କୁ ଥରେ ବରଷକେ କରି ଲେଉଟାଣି

ସରଳ,ଦୁର୍ବଳ ମଣିଷ ମନରେ ଭରିଦିଅ ମନୋବଳ ଆଣି |


Rate this content
Log in

Similar oriya poem from Classics