STORYMIRROR

Prasanta Sahu

Abstract

3  

Prasanta Sahu

Abstract

ଶରତ୍ ଲାଗି

ଶରତ୍ ଲାଗି

1 min
357

ଫେରୁଅଛି ମଉସୁମୀ

      ଅଧା ହସ ଅଧା ଲୁହେ

ନାଚ଼େ କେବେ ବସି ଭାବେ 

      ଚ଼ିକୁର ଶିଖର ଦେହେ


ଧବଳିମା ସୌମ୍ୟକାନ୍ତି 

      ନୀଳାମ୍ବରେ ଚ଼ମକଇ

ନଭଃପ୍ରାଣ ଆଲିଙ୍ଗନେ

     ଅଙ୍ଗେ ତା' ଆଲୋଳ ଛଇ


ଶିଶିର ପରଶ ପାଇ

      ହସେ ସବୁଜ ଜବସ

ଖରା ଛାଇ ଲୁଚ଼କାଳି

       ଭରେ ଚ଼ିତ୍ତରେ ହରଷ


ହରାଭରା ହୋଇ ଧରା

       ଦୀପ୍ତ କାଶତଣ୍ଡି ଚ଼ୂଳେ

ଶେଫାଳୀ କଳିଙ୍ଗ ହେନା

       ରଞ୍ଜିନୀ ପୁଷ୍ପର ମେଳେ


କାନନେ କୂଜନ ନୃତ୍ୟ

       ପ୍ରଣୟ ଫାଶର ଛନ୍ଦେ

ହଲ୍ଲୀଷ ଉଲ୍ଲାସେ ରତ

       ନବ ଉନ୍ମେଷକୁ ବନ୍ଦେ


ଶରଦ ଆଣିଛି ସୁଖ

       ସର୍ବେ ପାର୍ବଣେ ମୋହିତ

ଋତୁଚ଼କ୍ର କି ବିଚ଼ିତ୍ର

       ବିପୁଳ ଗୁଣେ ଖଚ଼ିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract