STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ଶୃଙ୍ଖଳା ଦିଅ ଫେଡି

ଶୃଙ୍ଖଳା ଦିଅ ଫେଡି

1 min
23.2K


ଗ୍ରୀକ୍ ଦାର୍ଶନିକ ରୁଷୋଙ୍କର ଅଭିମତ

ସାମାଜିକ ପ୍ରାଣୀ ନର ଜନମରୁ ମୁକ୍ତ।


ତଥାପି ସବୁଠାରେ ସେ ଶିକୁଳି ଆବଦ୍ଧ

ମାୟା ମୋହ ଦୁଃଖ ଶୋକ ସମ୍ପର୍କ ସମ୍ବନ୍ଧ।


କିଏ ଦାସତ୍ଵ ପାଶରେ ଶିକୁଳିରେ ବନ୍ଧା

ଆଉ କିଏ ଉନ୍ନତି ସୋପାନ କରେ ଧନ୍ଦା।


ରାଜପଦ ଧନ ଜନ ପଦବୀ ପ୍ରତିଷ୍ଠା

ବନ୍ଧନରୁ ମୁକ୍ତି ପାଇଁ ନାହିଁ କା'ର ଚେଷ୍ଟା।


ବିଶାଳ ହସ୍ତିକୁ ବାନ୍ଧେ ସାମାନ୍ୟ ଶିକୁଳି

ଛିଡାଇ ପାରନ୍ତା ପରା ପାରେ ନାହିଁ କଳି ।


ବାର୍ଦ୍ଧକ୍ୟର ଯାତନାରେ ସଂସାର ଶିକୁଳି

ଦାରା ପୁତ୍ର ପୌତ୍ର ମୋହ କେତେ ନିଉଛାଳି !


ତଥାଗତ ବୁଦ୍ଧ ବାଣୀ ସଂସାରର ସାର

ମହା ଦୁଃଖ ପୂର୍ଣ୍ଣ ଏହି ଅସାର ସଂସାର।


କାମନାର ବିନାଶରେ ବିନାଶ ଦୁଃଖର

ସବୁ ଜାଣି ଭୁଲିଯାଏ ସ୍ୱଭାବରେ ନର।


ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତି ମୋକ୍ଷ ଲାଭ

ଶେଷ ଶିକୁଳି ଛିଡାଇ ବିଭୁ ପଦେ ଭାବ।


ଭୁଲି ବେଦ ବାଣୀ ଉପନିଷଦର ସୁକ୍ତ

ମୁନି ଋଷି ଯୋଗୀ ଜନ ନୁହନ୍ତି ମୁକତ।


ଦୀର୍ଘ ଦିନ କଏଦୀ ପ୍ରବାସୀ ଅନୁମାନେ

ମୁକ୍ତି ଆନନ୍ଦ ପିଞ୍ଜରା ବଦ୍ଧ ପକ୍ଷୀ ଜାଣେ।


ଉଠ କଙ୍କାଳରେ ଦିଅ ଶୃଙ୍ଖଳ ଫିଟାଇ

ଅତୀତକୁ ହେଜି ବିଜୟ ବାନା ଉଡାଇ ।


ହେ ମାନବ ବିନା ବନ୍ଧନରେ କାହିଁ ବନ୍ଧା

ଧନ ଜନ ମାନ ସବୁ ମିଛ ମାୟା ଧନ୍ଦା।


ନିଷ୍କାମ କର୍ମ ମାର୍ଗରେ ପଥିକ ହୋଇବା

ତହୁଁ ଭବ ବନ୍ଧନକୁ ଛିଡାଇ ପାରିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational