STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଶ୍ରମିକଟିଏ ମୁଁ

ଶ୍ରମିକଟିଏ ମୁଁ

1 min
159


  

ଶ୍ରମିକଟିଏ ମୁଁ ଶ୍ରମିକଟିଏ

  ଶ୍ରମଟି ମୋହର ସାଥୀ

ଶ୍ରମ ବିନା କିଛି ଜାଣି ନାହିଁ ମୁଁ ଯେ

 ଶ୍ରମ ବିନା ନାହିଁ ଗତି।


ମୋର ଶ୍ରମ ଦାନ ପାଇଁ କି ଜଗତେ

 ସମସ୍ତଙ୍କ ମୁହେଁ ହସ

ସ୍ଥାବର ଜଙ୍ଗମ ହସି ଉଠେ ପରା

   ପାଇ ମୋହର ପରଶ।


ଜାତି ଭେଦ ଆଉ ଉଚ୍ଚ ନୀଚ ଭାବ

 ଲିଙ୍ଗ ବର୍ଣ୍ଣର ପ୍ରଭେଦ

କରମ କରେ ମୁଁ କର୍ମେ ରଖି ମତି

 ସଭିଙ୍କୁ ମଣଇ ଏକ।


ସବୁ ଦୁଃଖ ସହି ସବୁରି ମୁହଁରେ

 ଫୁଟାଇବା ପାଇଁ ହସ

ଶ୍ରମିକଟିଏ ମୁଁ ମୋ ଜୀବନ ସାରା

  ଜାରି ରଖିଛି ପ୍ରୟାସ।


ମୋର ଜୀବନର ଶେଷ ରକ୍ତ ବିନ୍ଦୁ

 ଶରୀରରେ ଥିବା ଯାଏ

 କରିଯିବି କର୍ମ କର୍ମ ମୋର ଧର୍ମ

 କର୍ମର ଜୟ ଗାଏ।



Rate this content
Log in

Similar oriya poem from Inspirational