STORYMIRROR

Baikunth Bihari Swain

Inspirational

4  

Baikunth Bihari Swain

Inspirational

ଶ୍ରମିକର ଅନ୍ତର୍ଦାହ

ଶ୍ରମିକର ଅନ୍ତର୍ଦାହ

1 min
238


ଶ୍ରମିକ ମୁହିଁ ଶ୍ରମିକ ମୁହିଁ

ମୋଠାରୁ ବଡ ଆଉ କେ ନାହିଁ

ମନରେ ଗର୍ବ ବହେ।


ଦେଶ ଜାତିର ସେବା କରଇ

ଶ୍ରମ ଦାନରେ ନିରନ୍ତେ ରହି

ଅନ୍ତରେ ଦୁଃଖ ରହେ।


ଛୋଟ ହେଉ ବା ହେଉ ସେ ବଡ଼

ସବୁରି କାମେ ଥାଏ ମୋ ଦଢ଼

ଆନନ୍ଦେ କରିଥାଏ।


ଲୁହ ଲହୁକୁ ଏକାଠି କରି

ଛିଣ୍ଡାଇ ଦେଇ ସଂସାର ଡୋରି

ପର ଦେଶକୁ ଯାଏ।


ଘାସ କଟାରୁ ଉଡାଜାହାଜ

ସବୁଠି କରିଥାଏ ମୁଁ କାର୍ଯ୍ଯ

କାମରେ ଯାଏ ମଜ୍ଜି।


କର୍ଯ୍ୟ ଅଟଇ ଈଶ୍ଵର ମୋର

ମାନେନା କେବେ ଖରା କାକର

ବରଷା ଶୀତ ଝାଞ୍ଜି।


ସକଳ ଘର ମୁହିଁ ଗଢଇ

ମୋ ଘରେ ଚନ୍ଦ୍ର ତାରା ଦିଶଇ

ମିଳେନା ବାସି ପେଜ।


ମୋର ଶ୍ରମର ଲାଭ ଉଠାଇ

ପୁଞ୍ଜିପତିଟି ଆଗେ ବଢଇ

ଶୋଷଣ ହୁଏ ଆଜ।


ମୋ ପରିବାର ଦୁଃଖେ ସଢଇ

ସ୍ଵାଭିମାନରେ ପାରେନା କହି

ଉଚିତ୍ ପାଉଣା କାହିଁ?


ସକଳ କାର୍ଯ୍ୟଥାଏ ମୁଁ କରି

ବାହା ବାହା ନିଏ ଅଧିକାରୀ

ସମ୍ମାନ ମିଳଇ ନାହିଁ।


ଜାଗରେ ଜାଗ ଶ୍ରମିକ ଭାଇ

ମଉନ ଆଉ ହୁଅ ତୁ ନାହିଁ

ନିଜର ହକ୍ ପାଇଁ।


ଜଳିବୁ ଆଉ ତୁ କେତେ ଦିନ

ଲୁଚାଇ ନିଜର ଅନ୍ତର୍ଦାହ

ସଂଗଠିତ ଏବେ ହୁଅ।


ନିଜ ହକ୍ ଆଣ ଛଡ଼ାଇ

ଶ୍ରମିକ ଭାଇ କର ଲଢେଇ

ସଫଳତା ତୁମେ ପାଅ।

    

  


Rate this content
Log in

Similar oriya poem from Inspirational