ଶ୍ରମିକର ଅନ୍ତର୍ଦାହ
ଶ୍ରମିକର ଅନ୍ତର୍ଦାହ
ଶ୍ରମିକର ଶ୍ରମେ କୋଠାବାଡି
ବାସ ଖଣ୍ଡେ ନାହିଁ ତାହାରି
ଶ୍ରମିକର ଶ୍ରମେ କଳ କାରଖାନା
ତା ପାଇଁ ନାହିଁ ଖଣ୍ଡେ ଚାକିରୀ
ଅନ୍ତର୍ଦାହ ହେବା ଦେଖି କରି
ବଢୁଛି ଯଦିଓ ମଜୁରୀ
ଶ୍ରମର ପାରିଶ୍ରମିକ ନୁହେଁ ଭିତିରି
ଶ୍ରମ ଦାନେ ଶ୍ରମିକ କରୁଛି କେତେ ଗୁହାରି
ଗଢୁଛି ଇଟା ଗୋଡି ମାଟି ସମତୁଲ କରି
ଶୁଣୁଛି ତୁ ଭିକାରୀ, ଅନ୍ତର୍ଦାହ ହୁଏ ଭାରି
କିଏ ଶୁଣେ ତାର ହାରି କି ଗୁହାରି?
ଗମ ଗମ ଝାଳ ବହିପଡେ ଝରି
ଶ୍ରମ କରିବା ସମ୍ପର୍କ ତା ସାଥେ ସାଲିସ କରି
କିଏ କରେ ହିତ ତାହାରି
ଅନ୍ତର୍ଦୋନ୍ଦ ଅନ୍ତର୍ଦାହ ହୃଦୟେ ଭରି
ହୁଏ ହତଶରି ଶ୍ରମ ଦାନ କରି
ଖଟି ଖାଉଛି କୁଟି ପିନ୍ଧୁଛି ଆୟୁଷ ଯାଏ ସରି
ତା ପାଇଁ କରୁ ଗୁହାରି ତା ଦୁଃଖ ଯାଉ ଅପସରି
ଅନ୍ତର୍ଦାହେ ଅନ୍ତର ନହେଉ ଘାରି ତାହାରି
କୃଷକ ସୈନିକ ପରି ସେ ହିତକାରୀ ସବୁରି
ଶ୍ରମ ଭାରେ କରେନା ଗୁହାରି
ଦୁଃଖ ଲାଘବ କରନ୍ତି ମନ ବୁଝି ହରି
ଶ୍ରମରେ ବତୁରି ଯାଇନି ଉତୁରି ଦାନରେ ତାହାରି
ସଂସାର ନାଵ ବାହେ ମଣିଷ ଶ୍ରମକୁ ଆଦରି
ଶ୍ରମିକର ଶ୍ରମ ଅନ୍ତର୍ଦାହ ନହେଉ କାହାରି ll
