ଶ୍ରମିକ ଦିବସରେ ଅନୁଚିନ୍ତା
ଶ୍ରମିକ ଦିବସରେ ଅନୁଚିନ୍ତା
ଶ୍ରମିକ ଅଟେ ବିଶ୍ଵକର୍ମା ଗଢିଥାଏ
ପରା ଏଇ ଦୁନିଆକୁ
ତାର ଶ୍ରମକୁ ଲଗାଇ ଭିନ୍ନ ଭିନ୍ନ ରଙ୍ଗ
ରୂପ ଦିଏ ସଂସାରକୁ |୧|
ଶ୍ରମକୁ ଶ୍ରମିକ କୃଷକ କରି ଥାଏ ଗଳା
ହାର କଷ୍ଟ ଯନ୍ତ୍ରଣାକୁ
ନିତି ସେ ସହୁଛି ପୁଞ୍ଜିପତିର ଶୋଷଣ
କଷଣ ଅତ୍ୟାଚାରକୁ |୨|
ମୁଣ୍ଡ ଝାଳ ତୁଣ୍ଡେ ମାରି କରେ ଶ୍ରମିକ
କୃଷକ ଅକ୍ଲାନ୍ତ ପରିଶ୍ରମ
କିଏ ବୁଝନ୍ତିନି ମୂଲ୍ୟ ମହତ୍ୱ ତାର
ନାମ ହେଉଛି ଶ୍ରମ |୩|
ପୁଞ୍ଜିତ ହୋଇଛି ସମ୍ବଳ ସବୁଠାରେ
ମୂଲ୍ୟ ନାହିଁ କିଛି ଶ୍ରମର
ତେଣୁ ପୁଞ୍ଜିପତି ଭାବେ ଶ୍ରମ ପାଇଁ ଲଢିବା
ଶ୍ରମିକର ନାହିଁ ଅଧିକାର |୪|
ସର୍ବେ ଜାଣୁ କହୁ ଗାଉ ଭାଷଣ ବି ଦେଉ
ଶ୍ରମିକ ଆମର ମହାନ୍
ଯାହା ଦେଖୁ ଚଉଦିଗ ଚାଷ ବାସ ଖଣି ଖାଦାନ
ସବୁ ଶ୍ରମିକଙ୍କ ଅବଦାନ |୫|
ଦେଖ ଭଉଣୀ ଭାଇ ଶ୍ରମିକ କଟାଏ ଜୀବନ
ହୋଇଣ ତ ହୀନିମାନ
ଛାତିରେ ହାତ ରଖି କୁହ କେତେଜଣ ଦେଇଛେ
ଶ୍ରମକୁ ତାର ସନମାନ |୬|
କୋଳେ ପିଲା ଧରି ହିଡ଼ ମୁଣ୍ଡେ ଶୋଇ ଶ୍ରମଜୀବି
ମହିଳା କଟାନ୍ତି ଦିନ
ରୋଗ ବୈରାଗରେ ଶ୍ରମ ନକରି ପାରିଲେ କଟା
ହୁଏ ତ ବେତନ |୭|
ବହୁ ସଂଗ୍ରାମ ପରେ ମେ ମାସ ଏକ ତାରିଖ
ପାଳୁଛେ ବିଶ୍ୱ ଶ୍ରମିକ ଦିବସ
ତଥାପି ତାର ଅଧିକାର ହାସଲ ପାଇଁ ଶ୍ରମିକ
ନିତି କରୁଛି ପ୍ରୟାସ |୮|
