STORYMIRROR

Niranjan Mishra

Abstract Inspirational Others

4  

Niranjan Mishra

Abstract Inspirational Others

ଶ୍ରମିକ ଦିବସ

ଶ୍ରମିକ ଦିବସ

1 min
336


ଶ୍ରମିକ ଦିବସ ଆମର

ମଇ ମାସ ପହିଲା।

ପାଳନ ହୁଅଇ ବିଶ୍ବରେ

ମନେ ରଖ ତା ଭଲା।୧।

ଶ୍ରମର ଆଦର କରିବା

ହେଉ ଧର୍ମ ଆମର ।

କର୍ମ କରି ଚାଲେ ଶ୍ରମିକ

ବୋଲାଏ କର୍ମ ବୀର ।୨।

କଳ କାରଖାନା ଚଳାଏ

ରାସ୍ତାଘାଟ ଗଢଇ ।

ବିଲ ବାଡି କୋଠା ତୋଳିଣ

ଶ୍ରମ ଦାନ କରଇ ।୩।

କୂଅ ପୋଖରୀ ସେ ଖୋଳଇ

କରଇ ଶ୍ରମ ଦାନ ।

ଧରାକୁ ସରଗ କରଇ

ତୋଷେ ସଭିଙ୍କ ମନ ।୪।

ସବୁ ସିନା ତାର କମାଲ

ହୋଇ ଲହୁ ଲୁହାଣ ।

ଶ୍ରମଦାନେ ଶ୍ରମିକ ତାର

ମେଣ୍ଟାଏ ଗୁଜୁରାଣ ।୫।

ଶ୍ରମିକ ସୁଖରେ ରହିଲେ

ହେବ ଦେଶ ଗଠନ ।

ଶ୍ରମିକର ସୁଖ ପାଇଁକି

ଆସ କରିବା ପଣ। ୬।

ନୂଆ ନୂଆ ହେଉ ଯୋଜନା

ଶ୍ରମିକ ହିତ ପାଇଁ ।

ସୁଖରେ ରହିବ ଶ୍ରମିକ

ସଭିଙ୍କ ହିତ ପାଇଁ ।୭।

ରାଜ୍ୟର ଦେଶର ବିଶ୍ୱ

ପ୍ରଗତି ଶ୍ରମିକ ବିନା।

କେବେ ହେଲେ କେହି କଦାପି

କରିବ କି କଳନା ?୮।

ଶ୍ରମର ମହତ୍ତ୍ଵ ବୁଝିବା

ଶ୍ରମିକ ଦିବସରେ ।

ସଲାମ୍ କରିବା ସଭିଏଁ

ଆମ ଶ୍ରମିକ ବୀରେ ।୯।


Rate this content
Log in

Similar oriya poem from Abstract