STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

ଶ୍ରୀଶ୍ରୀଗୁରୁଦେବଙ୍କ ଚରଣ ବନ୍ଦନା

ଶ୍ରୀଶ୍ରୀଗୁରୁଦେବଙ୍କ ଚରଣ ବନ୍ଦନା

1 min
172


ଧ୍ୟାୟୀଣ ଗୁରୁ ରୂପକୁ

ଗୁରୁ ଚରଣାବିନ୍ଦକୁ,ପ୍ରଣାମ ପଦ୍ମପାଦକୁ । ଘୋଷା।

ପ୍ରଣାମ ଅନନ୍ତ କୋଟି  ଶ୍ରୀଗୁରୁ ଚରଣେ ଭେଟି 

ଅଧମ ଅକିଞ୍ଚନର ଘେନ ହେ ଦଣ୍ଡବତକୁ ।।

ଧ୍ଯାୟୀଣ ଗୁରୁ . . . . . I୧I

 ଶ୍ରୀଗୁରୁ ଚରଣେ ଚିତ୍ତ   ମତ୍ତି ଢ଼ାଳି ଅବିରତ 

ଉତ୍ସର୍ଗ କରିଛି ମୋର ଏହି ପିଣ୍ଡପରାଣକୁ ।। 

ଧ୍ଯାୟୀଣ ଗୁରୁ . . . . I୨I

ଜୀବନ ନାବରେ ମୋର  ତୁମ୍ଭେ ଅଟ କର୍ଣ୍ଣଧାର

 ନାବିକ ଅଟଯେ ତୁମ୍ଭେ ଇହ ଯେ ପର କାଳକୁ ।। 

ଧ୍ଯ।ୟୀଣ ଗୁରୁ . . I୩I

ତୁମ୍ଭେ ମୋର ତାତ ମାତ  ଇଷ୍ଟସଖା ବନ୍ଧୁଭ୍ରାତ 

ତୁମ୍ଭରି ବିହୁନେ ପ୍ରଭୁ ଜୀବନ ଜୀବ ବ୍ୟର୍ଥକୁ ।। 

ଧ୍ଯାୟୀଣ ଗୁରୁ . . . I୪I

ଗତି ମୁକ୍ତିଦାତା ତୁମ୍ଭେ  ତୁଚ୍ଛ ଘୃଣ୍ଯ ଅଟୁ ଆମ୍ଭେ

 ଦୟା ପରବଶେ ପ୍ରଭୁ ଦୟ।କର ଅଧମକୁ ।।

ଧ୍ଯାୟୀଣ ଗୁରୁ . . . I୫I

 ସେବକ ଅଧମହୀନ   ନ ଜାଣେ ପୂଜା ବିଧାନ 

ନିଶ୍ଚୟ କରିବ କୃପା ଆଶା ରଖିଛି ମନକୁ ।।

ଧ୍ଯାୟୀଣ ଗୁରୁ . . . I୬I

 ହେଗୁରୁ ମଙ୍ଗଳମୟ  ଦୟାମୟ କୃପାମୟ

 ଶରଣ ଦେଇ ପୟରେ ଆଶିଶ ଦିଅ ଦାସକୁ ।।

ଧ୍ଯାୟୀଣ ଗୁରୁ . . . । ୭ ।



Rate this content
Log in

Similar oriya poem from Inspirational