STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଶରୀରତତ୍ତ୍ୱ ଜ୍ଞାନ

ଶରୀରତତ୍ତ୍ୱ ଜ୍ଞାନ

1 min
13.8K


ସନ୍ଥକବି ଭୀମ ଭୋଇ


ଶୁଣ ସୁଧିରେ ଭକ୍ତବୀର।

କହିବା ଶରୀରାର୍ଥ ସାର॥

ବ୍ରହ୍ମା ଯେ ନାଭି କମଳରେ।

ବାସ ତା ହୃଦୟ ମଣ୍ଡଳେ॥

ସେଠାରୁ ଝରୁଛି କଳ୍ପଣା।

ମନ ପବନ ଯୋଗ ସିନା॥

ଘଟରେ ବ୍ରହ୍ମାଙ୍କୁ ଚିହ୍ନିଲେ।

ଫଳ ସଂପୂର୍ଣ୍ଣ ହୋଏ ଭଲେ॥

ଶରୀରାର୍ଥକୁ କେ ନ ଜାଣି।

ବାହାରେ ଭ୍ରମି ମରେ ପ୍ରାଣୀ॥

ହୃଦ-କମଳେ ଜଗନ୍ନାଥ।

ସ୍ୱରୁପ ବୁଝ ହେ ଭଗତ॥

ଲକ୍ଷ୍ମୀଙ୍କୁ ସଂଗତରେ ଘେନି।

ବାସ ତା ହୃଦୟ ମୂର୍ଦ୍ଧନି॥

କଳ୍ପବଟରେ ଅଛି ରହି।

ନୀଳକନ୍ଦର ତାକୁ କହି॥

ଷାଠିଏ ଗୁଣ୍ଡା ଭୁଞ୍ଜୁଅଛି।

ସେହିଟି ଷାଠିଏ ପଉଟି॥

ଏହି ପ୍ରକାରେ ଭକ୍ତବୀର।

ଏହି ଶରୀରେ ଭେଦକର॥


ସମାପ୍ତ


Rate this content
Log in

Similar oriya poem from Classics