ଶ୍ରୀରାମ
ଶ୍ରୀରାମ
ହେ ଯୁଗଯୁଗର_ମର୍ଯ୍ୟାଦା_ପୁରୁଷ
ବିଶ୍ୱଦୃଷ୍ଟାନ୍ତ ତୁମେ ଶ୍ରେଷ୍ଠ ଆଦର୍ଶ
ନରରୂପେ ଦେବତ୍ତ୍ୱ, ସୁଶିକ୍ଷାର ଶୀର୍ଷ
ଭକ୍ତି-ତ୍ୟାଗ-ନିଷ୍ଠା-ଦୟା-କ୍ଷମା-ବୀର
ତବଚରଣେ ସାରା ସଂସାରର ଜୁହାର, । ୧ ।
ହେ ପ୍ରଜାବତ୍ସଳ ସୁପୁତ୍ର ସୁଶାନ୍ତ ମାନବ
ପ୍ରଭୁ ତୁମେ ପ୍ରକୃତିର ଶ୍ରେଷ୍ଠ ସଜୀବ
ଆଜ୍ଞାକାରୀ ତୁମେ ତପସ୍ୱୀ ହେ ରାଜୀବ
ତୁମ ବିନା ଏହି ଭୂମି ନିଶ୍ଚଳ ଅସାର
ତୁମ ପୟରେ ପରା ସାରା ସଂସାର, । ୨।
ହେ ନିୟମର ଲଙ୍ଘନହୀନ ଶ୍ରୀଦେବ
ତୁମ ପାଶେ ସ୍ନେହ-ଶ୍ରଦ୍ଦାର ଅତୁଲ୍ୟ ଭାବ
ଭାତୃଭାବର ଉଦାହରଣ ହେ ଶ୍ରୀଭାବ
ଆକାଶର ଅସୀମ ସ୍ୱଚ୍ଛତାର ସାର
ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏ ଏ ଜଗତ ତୁମର, । ୩।
ପ୍ରେରଣା ଉତ୍ସ ହେ ପ୍ରତିଜ୍ଞାର ପ୍ରତିଷ୍ଠା ପୁରୁଷ
ଧରିତ୍ରୀ ତୁମର ଭକ୍ତ ସେବାର ତୁମେ ଆକାଶ
ସତ୍ୟ-ପବିତ୍ରତାର ତୁମେ ମଧୁର ପୀୟୂଷ
ପ୍ରୀତି-ପ୍ରେମର ଶାନ୍ତ ସୁନୀଳ ଅସୀମ ସାଗର
ନତମସ୍ତକ ସଦା ତୁମ ପାଦେ ହେ ଜଗତବୀର । । ୪।
