STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀରାମ ନବମୀ

ଶ୍ରୀରାମ ନବମୀ

1 min
264

           ଶ୍ରୀରାମ ନବମୀ
         ===========
ଅବଧପୁରୀରେ ଶୁଭେ ମଙ୍ଗଳମହୁରୀ l ମହାରାଜଙ୍କର ପୁତ୍ରେ ଜନ୍ମିଛନ୍ତି ଚାରି ll ନରଦେହେ ନାରାୟଣ ଧରି ଅବତାର l ଆସିଛନ୍ତି ନାଶିବାକୁ, ଅବନୀର ଭାର ll
ରାଜା ଦଶରଥ ଯେଣୁ ଅପୁତ୍ରିକ ଥିଲେ l ରଷ୍ୟଶୃଙ୍ଗ ମୁନି ଆସି ପୁତ୍ରଯଜ୍ଞ କଲେ ll
ଭକ୍ଷି ଯଜ୍ଞ ଚରୁ ରାଜାଙ୍କର ତିନି ନାରୀ l ଉଦରୁ ଜନ୍ମିଲେ ମହାବୀର ପୁତ୍ର ଚାରି ll କଉଶଲ୍ୟା କଇକେଇ ଆବର ସୁମିତ୍ରା l ଭାଗ୍ୟବତୀ ସିନାଅତି ଅଟ ତିନିମାତା ll 
କୁଳ ଗୁରୁ ମହାମନା, ବଶିଷ୍ଠ ଆସିଲେ l
ବାଛି କରି ଚାରିପୁତ୍ର ନାମକୁ କହିଲେ ll ଜ୍ୟେଷ୍ଠ ଏହିପୁତ୍ର ରାମ ନୟନାଭିରାମ l ସେବକ ତାଙ୍କ ଭରତ ଶତ୍ରୁଘ୍ନ ଲକ୍ଷ୍ମଣ ll
ଶୁଣ ଶୁଣ, ଆହେ ଦଶରଥ ମହାରାଜ l
ପୁତ୍ର କରିବେ ତୁମ୍ଭର ବିବୁଧଙ୍କ କାର୍ଯ୍ୟ ll ଦଶରଥ ମହାରାଜ ଦେଲେ ବହୁଦାନ l
ଜୟ ଶ୍ରୀରାମ, ଭରତ ଶତ୍ରୁଘ୍ନ ଲକ୍ଷ୍ମଣ ll ଆନନ୍ଦ ମଗ୍ନ ଅଯୋଧ୍ୟା ଭୁବନ ଆନନ୍ଦ l
ଜୟ ଜୟ ରାମ, ଆଦିମୂଳ ଆଦିକନ୍ଦ ll ନମାମି, ନମାମି ପ୍ରଭୁ ଶ୍ରୀରାମ ନମାମି l ପୁଣ୍ୟମୟ ତିଥି ଆଜି ଶ୍ରୀରାମନବମୀ ll
             🙏🙏🙏
                ଅର୍ଜୁନୀ
               -----------
ଅର୍ଜୁନୀ ଚରଣ ବେହେରା
 ମୋ -7693091971


Rate this content
Log in

Similar oriya poem from Inspirational