ଶ୍ରୀରାମ ନବମୀ
ଶ୍ରୀରାମ ନବମୀ
ଜୟ ଜୟ ରାମ ପ୍ରଭୁ ଜୟଜୟ ରାମ
ନବୀନ ସୁନ୍ଦର ଆହେ ପ୍ରଭୁ ଘନଶ୍ୟାମ!
ମର୍ଯ୍ଯାଦା ପୁୁରୁଷ ପ୍ରଭୁ ଶ୍ରୀରଘୁ ନନ୍ଦନ
ଜାନକୀ ପ୍ରାଣ ବଲ୍ଲଭକୌଶଲ୍ୟା ନନ୍ଦନ!
ଶ୍ରୀରାମ ନବମୀ ଏ ମହାର୍ଘ୍ୟ ଲଗନେ
କୋଟି ପ୍ରଣିପାତ କରେ ତୁମରି ଚରଣେ
ସାରା ଜଗତର ଦୁଃଖ ତୁମେ ଦୂର କର
ଅଧର୍ମ ଅସତ୍ୟ ପୃଥିବୀରୁ ହୋଇଯାଉ ଦୂର
ହିଂସା ଦ୍ବେଷ ମାନବର ମନୁ ଦୂର କରି
ଜଗତ ବାସୀ ନେଉ ସଦା ଅହିଂସା ଆଦରି
ଦୁର୍ବଳର ବଳ ତୁମେ ପ୍ରଭୁ ଶ୍ରୀରାମ
ଅଜ୍ଞାନର ଜ୍ଞାନ ତୁମେ ଆହେ ଘନଶ୍ୟାମ!
ସତ୍ୟ ପଥେ ଧର୍ମ ପଥେ ସଦା ରଖ ମୋତେ
ହିଂସା ଦ୍ବେଷ ମୋ ମନକୁ ନଛୁଉଁ ଯେମନ୍ତେ
ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ
ସତ୍ୟ ଶାନ୍ତି ଅହିଂସା ରହୁ ସର୍ବ ହୃଦଗତେ
ଶାନ୍ତି ମୈତ୍ରୀ ଭ୍ରାତୃତ୍ବର ବୈଜୟନ୍ତୀ ଉଡୁ
ସାରା ବିଶ୍ବୁ ପ୍ରଗତିର ଏଭରେଷ୍ଟ ଚଢୁ!
ଜାତି ଧର୍ମ ବର୍ଣ୍ଣ ଭେଦାଭେଦ ଦୂର ହେଉ
ନୂଆ ଆଶା ଉଦ୍ଦିପନା ସର୍ବହୃଦେ ଶୋହୁ
ଧର୍ମ ଜାତି ନିରପେକ୍ଷ ସଂସ୍କୃତି ବିକାଶ
ସର୍ବ ମୁଖେ ପ୍ରସନ୍ନତା ହସର ପ୍ରକାଶ
ବିଶ୍ବ ଭ୍ରାତୃ ତ୍ବ ବନ୍ଧଧନେ ବାନ୍ଧି ପରସ୍ପରେ
ହସି ଉଠୁ ସାରା ବିଶ୍ବ ବିକଶିତ ରୂପରେ
କୃପାକର ରଘୁପତି ରାଘବ ରାଜା ରାମ
ରାମରାଜ୍ୟ ଫେରିଆସୁ ଭାରତରେ ଆମ |
