ଶ୍ରୀପଞ୍ଚମୀ
ଶ୍ରୀପଞ୍ଚମୀ
ତୁହି ମା ଜନନୀ ହଂସ ତୁ ବାହିନୀ
ଜ୍ଞାନ ମା ପ୍ରଦାନ କରୁ,
ପଦ କହିଦେଉ କବିତାରେ ମୋର
ଦୂର ଅଜ୍ଞାନକୁ କରୁ।
ବସନ୍ତ ପଞ୍ଚମୀ ନାମରେ ଟି ଖ୍ୟାତ
ବିଦ୍ୟାଦାୟିନୀ ଜନନୀ,
ମୂର୍ଖ କାଳିଦାସେ ପଣ୍ଡିତ କରିଲୁ
କରିଲୁ ମା ତାଙ୍କୁ ଜ୍ଞାନୀ
ନାହିଁ ଶକ୍ତି କାର ବୋଲିବା ଲେଖିବା
ତୁହି ମା ବାକ୍ୟର ଦେବୀ,
କବି ଜୟଦେବ ଗୀତା ଗୋବିନ୍ଦକୁ
ରଚନା କରିଲେ ଭାବି।
ମହର୍ଷି ବାଲ୍ମୀକି କରିଲେ ରଚନା
ରାମାୟଣ ହିନ୍ଦୁ ଗ୍ରନ୍ଥ,
ରାମ ରାଇଜର କଳ୍ପନା ତହିଁରେ
ସତ୍ୟତ୍ୟାଗଧର୍ମ ପଥ।
ଦିଅ ଜ୍ଞାନ ବୁଦ୍ଧି ହୃଦୟେ ମୋହର
ପଦ କହୁ ଥିବ ମୋତେ,
ମାତୃଭାଷାରହେ ସୁରକ୍ଷାରେ ମୋର
କବିତା ମୋ ହେଉ ନିତ୍ୟେ।
ମାତୃଭାଷା ଶିକ୍ଷା ବିଚ୍ଛିନ୍ନାଞ୍ଚଳରେ
କରୁହେ ଗୁଞ୍ଜନ ପୁଣି
କେତେ ହୀନିମାନ ଓଡ଼ିଆ ଏଠାରେ
ଦିଅହେ ସମ୍ମାନ ଆଣି।
ବାଳକ ବାଳିକା ପଢନ୍ତୁ ଓଡ଼ିଆ
ଓଡ଼ିଆ ସମ୍ମାନ ହେଉ,
ତୁହି ନ କରିଲେ କିଏ ବା କରିବ
ଶିକ୍ଷା ଓଡ଼ିଆରେ ଥାଉ।
ଲେଖନ୍ତୁ ଓଡ଼ିଆ ପଢନ୍ତୁ ଓଡ଼ିଆ
ଭାଷାର ଆଦର ହେଉ,
ଓଡ଼ିଆ ଗୁଞ୍ଜନେ କମ୍ପୁ ଜନ୍ମଭୂମି
ମାତୃଭାଷା ରକ୍ଷା ହେଉ।
ଜ୍ଞାନର ହେ ଦେବୀ ଜ୍ଞାନ ଭରି ଦିଅ
କବିତା ହେଉ ଭକ୍ତିର,
ମହିମା ପ୍ରଭୁଙ୍କ ରଚୁ ଥିବି ମୁହିଁ
ତାହାରି କବିତା କର।
ରାଷ୍ଟ୍ର ହୀତେ ମୋର କବିତା ରଚନା
ହେଉ ଥାଉ ନିରନ୍ତର,
ନେତ୍ରେ ଆଙ୍କି ଅଛି ତବ ପ୍ରତିମୂର୍ତ୍ତି
କ୍ଷମା ଦୋଷାଦୋଷ କର।
ଏତିକି ମାଗୁଣି ଜ୍ଞାନ ପ୍ରଦାୟିନୀ
କର୍ମପଥେ ରହି ଥିବି,
ପ୍ରେମସତ୍ୟଧର୍ମ ତ୍ୟାଗଶ୍ରଦ୍ଧାପ୍ରୀତି
ସମାଜରେ ବୁଣୁ ଥିବି।
ଦିଅ ଶକ୍ତି ମାତେ ଶ୍ବେତବାସିନୀ ମା
ନାହିଁ ଜ୍ଞାନ ବୁଦ୍ଧି ମୋର,
ଭାଷା ଜ୍ଞାନ ଦିଅ ଅଜ୍ଞାନୀ ଭକ୍ତକୁ
କବିତା ହେଉ ଆଦର।
